ବସ୍ତା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ
ବସ୍ତା : ଭାରତର ରାଷ୍ଟ୍ର ଭାଷା ହିନ୍ଦୀର ମହିମା ମଣ୍ଡନ କରିବା ପାଇଁ ଏବଂ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସେପ୍ଟେମ୍ବର ୧୪କୁ ସାରା ଦେଶରେ ହିନ୍ଦୀ ଦିବସ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ ବସ୍ତା ଶିକ୍ଷାକେନ୍ଦ୍ର ପରିସରରେ ଏକ ଉତ୍ସବ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀପତି ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ସଭା ପ୍ରାରମ୍ଭ ରେ “ସାରେ ଯହାଁ ସେ ଅଚ୍ଛା ଓ ହିନ୍ଦ୍ ଦେଶ କେ ବାସୀ’ ସଙ୍ଗୀତ ଗାନ କରାଯାଇଥିଲା । ଅନନ୍ୟା, ଝରଣା, ପ୍ରାଚୀ, ଭାଗ୍ୟଲକ୍ଷ୍ମୀ, ତନୁଶ୍ରୀ, ପ୍ରତିକ୍ରିୟା, ସୃତି ସୁହାନା, ଅପୂର୍ବା, ଭାଗ୍ୟଶ୍ରୀ, ସାଗର, ହିତେଶ, ସାନ୍ତନୁ ପ୍ରମୁଖ ଛାତ୍ରଛାତ୍ରୀ ଭାଷଣ, କବିତାପାଠ ଓ ଅଭିନୟ ପ୍ରସ୍ତୁତି କରିଥିଲେ । ମୁଖ୍ୟଅତିଥି ଅନୀଲ ଗୁପ୍ତା ଓ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ବେହେରା ହିନ୍ଦୀ ଦିବସର ମାହାତ୍ମ୍ୟ ପ୍ରତିପାଦିତ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଉପପ୍ରଧାନଚାଯ୍ୟା ସୁଶ୍ରୀ ରଞ୍ଜିତା ପାଢ଼ୀ । ଗୁରୁଜୀ ପ୍ରଶାନ୍ତ ଗିରି ଅତିଥି ପରିଚୟ, ଗୁରୁମା ନମିତା ଦାସ ପ୍ରାରମ୍ଭିକ ସୂଚନା ଓ ସୁଶାନ୍ତି ଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
