ନଟାପଡ଼ା ସରକାରୀ ୟୁଜିଏମଇ ସ୍କୁଲର ବାର୍ଷିକୋତ୍ସବ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନଟାପଡା ୟୁଜିଏମଇ ସ୍କୁଲର ବାର୍ଷିକୋତ୍ସବ ଛାତ୍ରୀଛାତ୍ର ଅବିଭାବିକା ଅବିଭାବକଙ୍କ ଉପସ୍ଥିତିରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ଜନାର୍ଦ୍ଧନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ …. ଦେଇ ପ୍ରତ୍ୟେକ ବ୍ୟକ୍ତିର ଆତ୍ମବିଶ୍ୱାସ ହିଁ ତାର ସଫଳତାର ମୁଳ ଚାବିକାଠି ବୋଲି କହିଥିଲେ । ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ସରପଞ୍ଚ ମାଳତୀ ସେଠୀ,ସମିତିସଭ୍ୟା ନର୍ମଦା ଦେଓ,ପ୍ରାକ୍ତନ ପ୍ରଧାନଶିକ୍ଷକ ରଘୁନାଥ ମହାନ୍ତି,ସିଆରସିସି ଲକ୍ଷ୍ମଣ ସେନ,ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତବର୍ଷର ଚାମ୍ପିୟନ ଅଜିତ ସାମଲଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସ୍ୱାଗତ ତଥା ଅନ୍ୟାନ୍ୟ ସାଂସ୍କୃତିକ ନୃତ୍ୟ ବେଶ ମନୋମୁଗ୍ଧକର ଥିଲା ।
