ନାରାୟଣ ଖଡ଼କା ହେଲେ ନେପାଳର ନୂଆ ବିଦେଶ ମନ୍ତ୍ରୀ
gjlgo'Qm k//fi6«dGqL v8sfnfO{ zky sf7df8f}F, ^ c;f]hM /fi6«klt ljBfb]jL e08f/L a'waf/ /fi6«klt ejg zLtnlgjf;df cfof]lht ;df/f]xdf gjlgo'Qm k//fi6«dGqL 8f gf/fo0f v8sfnfO{ kb tyf uf]kgLotfsf] zky u|x0f u/fpFb} . ;fydf k|wfgdGqL z]/axfb'/ b]pjf, ;efd'v clUgk|;fb ;fksf]6f / /fli6«o;efsf cWoIf u0f]zk|;fb ltldlN;gf . tl:a/ M /Tg >]i7÷/f;;
କାଠମାଣ୍ଡୁ : ନେପାଳରେ ବୁଧବାର ଦିନ ନାରାୟଣ ଖଡ଼କା ନୂଆ ବିଦେଶ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ଦେଇଛନ୍ତି । ଏହି ସମୟରେ ଶୀତଳ ନିବାସରେ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା, ସ୍ପିକର ଅଗ୍ନି ପ୍ରସାଦ ସପକୋଟା, ନ୍ୟାସନାଲ ଆସେମ୍ବ୍ଲିର ଅଧ୍ୟକ୍ଷ ଗଣେଶ ପ୍ରସାଦ ତିମଲସୀନା ମଧ୍ୟ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ସୁପାରିଶରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଆଜି ନାରାୟଣ ଖଡ଼କାଙ୍କୁ ନୂଆ ବିଦେଶ ମନ୍ତ୍ରୀ ନିଯୁକ୍ତ କରିଛନ୍ତି । ଖଡ଼କା ପୁଣେରେ ଏକ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚ୍ଡି କରିଛନ୍ତି । ଏପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲା । ୧୯୯୦ରେ ଖଡ଼କା ତତ୍କାଳୀନ ପ୍ରଧାନମନ୍ତ୍ରୀ କୃଷ୍ଣ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ଆଡ଼ଭାଇଜର ରହିଥିଲେ । ଏହାବ୍ୟତୀତ ୨୦୧୪ରେ ସହର ବିକାଶ ମନ୍ତ୍ରୀ ମଧ୍ୟ ରହିଥିଲେ ।
