ଦିବଙ୍ଗତ କଂଗ୍ରେସ ନେତାଙ୍କ ରିୟାଜ୍ ଖାନ୍ଙ୍କ ପରିବାରକୁ ଭେଟିଲେ ନବଜ୍ୟୋତି ପଟ୍ଟନାୟକ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଜଳେଶ୍ୱର ଟାଉନ୍ କଂଗ୍ରେସର ଭୂତପୂର୍ବ ସଭାପତି ୰ ରିୟାଜ୍ ଖାନ୍ଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ଗୁରୁବାର ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ସାକ୍ଷାତ୍ କରି ସମବେଦନା ଜଣାଇଛନ୍ତି ।
ଏଭଳି ଦୁଃଖଦ ସମୟରେ ବାଲେଶ୍ୱର ଜିଲା କଂଗ୍ରେସ ତାଙ୍କ ପରିବାର ସାଥିରେ ଛିଡ଼ା ହୋଇଥିବାର ପ୍ରତିଶ୍ରୁତି ଦେବା ସହ ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ଜଳେଶ୍ୱର ନିର୍ବାଚନମଣ୍ଡଳୀରୁ ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁଦର୍ଶନ ଦାସ, ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜିବ ଗିରିଙ୍କ ସମେତ ଦଳର ବହୁ କରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
