ରହସ୍ୟମୟ ଗାଁ ! ଜନ୍ମ ହେବା ମାତ୍ରେ ପିଲା ହୋଇଯାଏ ମୂକ ଓ ବଧିର
ସମଗ୍ର ବିଶ୍ୱରେ ଏପରି ଅନେକ ରହସ୍ୟ ରହିଛି । ଯାହା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ । ଯେଉଁଠାରେ ପିଲାମାନେ ଜନ୍ମ ହେବା ମାତ୍ରେ ମୂକ ଏବଂ ବଧିର ହୋଇଯାଆନ୍ତି । ଏହି ଗାଁରେ ଲୋକମାନେ ପରସ୍ପର ସହ କଥା ହେବା ପାଇଁ ଏକ ସ୍ୱତନ୍ତ୍ର ସଙ୍କେତ ଭାଷାର ବ୍ୟବହାର କରନ୍ତି । ଏହି ଭାଷା ଶହ ଶହ ବର୍ଷ ପୁରୁଣା । ଏହାକୁ କାଟା କୋଲୋକ କୁହାଯାଏ ।
ଇଣ୍ଡୋନେସିଆର ଏହି ଗ୍ରାମ । ଏହାର ନାମ ବେଙ୍ଗକାଲା । ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କେବଳ ଅଙ୍ଗଭଙ୍ଗୀରେ କଥାବାର୍ତ୍ତା କରନ୍ତି । ଏହି ଗାଁର ଅଧିକାଂଶ ଲୋକ ମୂକ ଓ ବଧିର ଅଟନ୍ତି । କୁହାଯାଏଯେ ଏହି ଗାଁରେ ଜନ୍ମ ହେବା ପରେ ପିଲାମାନେ ବଧିର ଓ ମୂକ ହୋଇଯାଆନ୍ତି ।
ଅନେକ ପର୍ଯ୍ୟଟକମାନେ ଏହି ଗାଁକୁ ପରିଦର୍ଶନରେ ଆସନ୍ତି । ଏହି ଗାଁକୁ ବଧିର ଗ୍ରାମ ମଧ୍ୟ କୁହାଯାଏ । ଏହା ହେଉଛି ଦୁନିଆର ଏକମାତ୍ର ଗାଁ ଯେଉଁଠାରେ ଲୋକମାନେ ଶୁଣିପାରନ୍ତି ନାହିଁ କି କଥା କହିପାରନ୍ତି ନାହିଁ । କେବଳ ଏହି ଗାଁର ଲୋକ ନୁହଁନ୍ତି ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସଙ୍କେତ ଭାଷା କାଟା କୋଲୋକ ବ୍ୟବହାର କରାଯାଏ ।
ଏହି ଗାଁର ଜନସଂଖ୍ୟା ପ୍ରାୟ ତିନି ହଜାର । ବୈଜ୍ଞାନିକମାନଙ୍କ ଅନୁଯାୟୀ ଏହି ଗାଁରେ କଥ୍ଛଟ୩ ନାମକ ଏକ ଜିନ୍ ଥିବାରୁ ଏଠାକାର ଲୋକମାନେ ବଧିର ଓ ମୂକ ଅଟନ୍ତି । ଅନ୍ୟପଟେ ଗାଁ ଲୋକଙ୍କ କହିବା କଥା ଅନୁଯାୟୀ ଅଭିଶାପ ଯୋଗୁଁ ଏହି ସୁବ ହେଉଛି ।
ବହୁ ବର୍ଷ ପୂର୍ବେ ଦୁଇଜଣ ଲୋକ ଏଠାରେ ବାସ କରୁଥିଲେ । ଯେଉଁମାନେ କଳା ଯାଦୁ ଜାଣିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା । ଏବଂ ଏହି ସମୟରେ ସେମାନେ ପରସ୍ପରକୁ ଅଭିଶାପ ଦେଇଥିଲେ । ଏଠାରେ ରହୁଥିବା ଲୋକମାନଙ୍କ ବିଶ୍ୱାସ ଅନୁଯାୟୀ ଅଭିଶାପ ଗାଁରେ ଜନ୍ମ ହେଉଥିବା ଶିଶୁ ମୂକ ଓ ବଧିର ହୋଇଯାଉଛି ।
