ଭୁବନେଶ୍ୱରରେ ମୋ ବସରେ ଲାଗିଲା ନିଆଁ
ଭୁବନେଶ୍ୱର : ଭୁବନେଶ୍ୱରର ତମାଣ୍ଡୋ ଥାନା ସମ୍ମୁଖରେ ଗୁରୁବାର ସକାଳେ ଏକ ମୋ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ନିଆଁ ଲାଗିବା ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବସ୍ରେ କିପରି ନିଆଁ ଲାଗିଲା, ସେ ସମ୍ପର୍କରେ ସୂଚନା ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ଏହି ବସ୍ଟି ତମାଣ୍ଡୋରୁ ଯାତ୍ରୀମାନଙ୍କୁ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ତମାଣ୍ଡୋ ଥାନା ସମ୍ମୁଖରେ ବସ୍ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଥିଲା । ଧୂଆଁ ଦେଖି ସବୁ ଯାତ୍ରୀଙ୍କ ସହିତ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଓହ୍ଳାଇ ଯାଇଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I
