ସଙ୍ଗୀତର ମୂର୍ଚ୍ଛନାରେ ପୁଲକିତ ସତ୍ୟବ୍ରତ
ନୀଳଗିରି : ନୀଳଗିରିର ନୂଆ ଯୁବ ପ୍ରତିଭା ସତ୍ୟବ୍ରତ ଜେନା । ବୟସ ଅଳ୍ପ ହେଲେ ସଙ୍ଗୀତର ମୂର୍ଚ୍ଛନାରେ ପୁଲକିତ ହେଉଛି ସତ୍ୟବ୍ରତଙ୍କ କଣ୍ଠରେ ଜାଦୁକରୀ ସଙ୍ଗୀତ । ସିଦ୍ଧାର୍ଥ ଟିଭିର ଓଡ଼ିଶାର ନୂଆ ସ୍ୱରରର ମେଗାଅଡିସନ ପ୍ରଥମେ ବାଲେଶ୍ୱର ଓ ପରେ କଟକରେ ଭାଗନେଇ ନିଜର ସ୍ୱର ଯାଦୁରେ ଗୀତ ଗାଇ ଗତ ରବିବାର ଚତୁର୍ଥ ରାଉଣ୍ଡରେ ମନୋନୀତ ହୋଇଛନ୍ତି । ଏହାର କିଛି ଭାଗ ସିଦ୍ଧାର୍ଥ ଟିଭି ଚ୍ୟାନେଲରେ ପ୍ରସାରଣ ହୋଇଛି ।

ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଏକ ଭଜନ ଗୀତକୁ ଗାଇ ଏବେ ଚର୍ଚ୍ଚାରେ ନୀଳଗିରି ଅଞ୍ଚଳର ସତ୍ୟବ୍ରତ ଜେନା । ତାଙ୍କର ସୁମଧୁର ସ୍ୱର ସୋସିଆଲ ମିଡ଼ିଆରେ ବେଶ୍ ପ୍ରଶଂସା ପାଉଛି । ସତ୍ୟବ୍ରତ ବସ୍ତା ବ୍ଳକ କୁଡିଆ ଗ୍ରାମର ୨୦୦୪ରେ ଜନ୍ମ କରିଥିଲେ । ସତ୍ୟବ୍ରତଙ୍କ ବାପା ନୀଳଗିରି ମେଡ଼ିକାଲରେ କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି । ନୀଳଗିରିରେ ବାପା ଗଣେଶ୍ୱର ଜେନା, ମା’ କାଞ୍ଚନ ଜେନାଙ୍କ ପାଖରେ ରହିବା ସହ ଏମିତିକି ଦ୍ୱିତୀୟ ଶ୍ରେଣୀରୁ ନୀଳଗିରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଶିକ୍ଷା ଆରମ୍ଭ କରି ରତ୍ନାକର ଟାଉନ୍ ହାଇସ୍କୁଲରୁ ମେଟ୍ରିକ ପାସ୍ କରିଥିଲେ । ପରେ ବାଲେଶ୍ୱରରେ ବିଜ୍ଞାନରେ ଯୁକ୍ତ୨ ପାସ୍ କରି ଏବେ ବାରିପଦା ଏମ୍ପିସିରେ ଯୁକ୍ତ ୩ରେ ପଢୁଛନ୍ତି । ପଢୁଥିବା ସାଙ୍ଗକୁ ପିଲାଦିନରୁ ପ୍ରଥମେ ନୀଳଗିରି କଳାବିକାଶ କେନ୍ଦ୍ରରେ ଓ ପରେ ସଂଗୀତ ବିସାରଦରେ ଫାଇନାଲ କରିଥିଲେ । ଗୀତକୁ ଆପଣାର କରି ବିଦ୍ୟାଳୟ ମଞ୍ଚରେ ବିଭିନ୍ନ ଭଜନ ଗୀତ ଗାଇବା ଆରମ୍ଭ କରି ବହୁ ପ୍ରଶଂସା ପାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଜିଲା ଏବଂ ରାଜ୍ୟସ୍ତରରେ ଅନେକ ପୁରସ୍କାର ସହ ଗୀତ ଗାଇ ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସତ୍ୟବ୍ରତ ପିଲାଟିବେଳୁ ସଙ୍ଗୀତରେ ଆଗ୍ରହ ଦେଖାଉଥିଲେ । ତାଙ୍କ ମା’ବାପାଙ୍କ ପ୍ରେରଣା ପାଇ ଗୋଟିଏ ପରେ ଗୋଟିଏ, ସଫଳତା ପାଉଥିବା ବେଳେ ଭବିଷ୍ୟତରେ ସେ ଜଣେ ଗୀତିକାର ହେବାର ଲକ୍ଷ୍ୟ ରହିଛି ବୋଲି ଆଶା ରଖିଥିବା ସତ୍ୟବ୍ରତ ସୂଚନା ଦେଇଛନ୍ତି ।
