ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା: ପରିବାରକୁ ନ୍ୟାୟ ଦାବିରେ ଭାଜପା ପକ୍ଷରୁ ଥାନା ଘେରାଉ
ନୀଳଗିରି : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ଅମାନୁଷିକ ଭାବେ ହତ୍ୟାକାଣ୍ଡ ଘଟଣାର ତାତି ଏବେ ରାଜ୍ୟରେ ଥମିବାର ନା ଧରୁନି। ଏହି ପରିପ୍ରେକ୍ଷୀରେ ଗୋବିନ୍ଦ ସାହୁ ମମିତାଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି। କିନ୍ତୁ ଏହି ଘଟଣାରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଅଭିଯୋଗ ହୋଇଛି।
ଉକ୍ତ ପରିବାରକୁ ନ୍ୟାୟ ଦାବିରେ ଏହାର ନୀରପେକ୍ଷ ତଦନ୍ତ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ନୀଳଗିରି ଭାଜପା ପକ୍ଷରୁ ପ୍ରଫୁଲ୍ଲ ଦଳେଇଙ୍କ ସଭାପତିତ୍ବରେ ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଶହ ଶହ କର୍ମୀ ଏକଜୁଟ ହୋଇ ରବିବାର ପ୍ବର୍ବାହ୍ନ ୧୦ ଘଟିକାରୁ ନୀଳଗିରି ଥାନା ସମୁଖରେ ଘେରାଉ କରିଥିଲେ । ପରେ ନୀଳଗିରି ଏସଡିପିଓ ରିତେଷ ମହାପାତ୍ରଙ୍କ ଜରିଆରେ ମହାମୋହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସେଠାରେ ଉପସ୍ଥିତ କରୁଣାକର ପଣ୍ଡା, ସମର ଶଙ୍କର କାନୁନଗୋ, ପ୍ରଫୁଲ୍ଲ ଦଳେଈ, ଚନ୍ଦ୍ରବିନ୍ଦୁ ଦାସ, ରାଧାଗୋବିନ୍ଦ ଖଟୁଆ, ଚନ୍ଦ୍ରଶେଖର ନନ୍ଦ, ତାପସ ମହାନ୍ତି, ଅଶୋକ ନାୟକ, ଦେବାଶିଷ ଆଚାର୍ଯ୍ୟ, ରାକେଶ ମହଲ, ବୁଦ୍ଧଦେବ ସରକାର, ରୀତା ଦାସ, ରାମକୃଷ୍ଣ ମହାପାତ୍ର, ଶୁଭାଶିଷ ଆଚାର୍ଯ୍ୟ ସମେତ ଦୁଇଶହରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ସାମିଲ ହୋଇଥିଲେ। କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯଦି ମନ୍ତ୍ରୀ ପଦରୁ ଇସ୍ତଫା ନଦିଅନ୍ତି ଓ ସିବିଆଇ ତଦନ୍ତ ନହୁଏ ତେବେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ଭାଜପା।
