ଫାର୍ମ ହାଉସରେ କର୍ମଚାରୀଙ୍କୁ ହତ୍ୟା, ପୋଲିସ ସହ ସାଇଣ୍ଟିଫିକ୍ ଟିମର ତଦନ୍ତ
ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅଇଁଲା ଚୁଆଁର ଏକ ଫାର୍ମହାଉସରେ ଜଗୁଆଳିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରାତୁ ଭୁଏ ବୋଲି ଜଣାପଡ଼ିଛି ।
ସୂଚନା ଯେ, ରାତୁଙ୍କ ମୁଣ୍ଡରେ ହାତୁଡି ସାହାଯ୍ୟରେ ଆଘାତ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସଦର ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡ ସମୟରେ କୋଣସି ବାକ୍ ବିତଣ୍ଡା ହୋଇଥିବା ଜଣେ ପ୍ରତେକ୍ଷଦର୍ଶୀ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
