ଆଇପିଏଲ-୨୦୨୧ : ରାଜସ୍ଥାନ ବିପକ୍ଷରେ ୮ ୱିକେଟରେ ଜିତିଲା ମୁମ୍ବାଇ, ପ୍ଲେ ଅଫ ଆଶା ବଜାୟ
ଶାରଜା : ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ରାଜସ୍ଥାନକୁ ୮ ୱିକଟେରେ ପରାସ୍ତ କରି ମାତ୍ର ୮.୨ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ । ‘କର ବା ମର’ ମୁକାବିଲାରେ ବୋଲରଙ୍କ ଘାତକ ବୋଲିଂ ଦମରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ରାଜସ୍ଥାନ ରୟାଲ୍ସକୁ ସଂପୂର୍ଣ୍ଣ ଏକତରଫା ମ୍ୟାଚ୍ରେ ୮ ଓ୍ଵିକେଟ୍ରେ ହରାଇ ପ୍ଲେଅଫ୍ ଆଶା ବଳବତ୍ତର ରଖିଛି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସକୁ ଜୋରଦାର ଝଟକା ଲାଗିଛି। ଦଳ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ୍ ପଡିଛି।
ଶାରଜାରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଇନଫର୍ମ ଓପ୍ନର ଏଭିନ୍ ଲୁଇସ୍ ଓ ଯଶସ୍ୱୀ ଜୈସୱାଲ୍। ଦୁହେଁ ପ୍ରଥମେ ୱିକେଟ ପାଇଁ ୨୭ ରନ୍ ଯୋଡ଼ିଥିବା ବେଳେ ଯଶସ୍ୱୀ (୧୨)ଙ୍କୁ ନେଥନ କୁଲ୍ଟର-ନାଇଲ୍ ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ୟତମ ଓପ୍ନର ଲୁଇସ୍ ୨୪ (୧୯ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ତାଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରିଥିଲେ। ଦୁଇ ଓପ୍ନରଙ୍କ ପ୍ୟାଭିଲିୟନ୍ ଫେରିବା ପରେ ରାଜସ୍ଥାନର ବ୍ୟାଟିଂ କୋଲାପ୍ସ ଆରମ୍ଭ ହୋଇଯାଇଥିଲା। କ୍ୟାପଟେନ୍ ସଞ୍ଜୁ ସାମସନ୍ (୩), ଶିବମ୍ ଦୁବେ (୩) ଓ ଗ୍ଲେନ୍ ଫିଲିପ୍ସ (୪)ଙ୍କ ଭଳି ଇନଫର୍ମ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ଡେଭିଡ୍ ମିଲର୍ (୧୫) ଓ ରାହୁଲ୍ ତେୱାତିଆ (୧୨) ଧିମା ବ୍ୟାଟିଂ କରିଥିଲେ, ଯାହା ଦଳର ରନ୍ ଗତିରେ ପ୍ରଭାବ ପକାଇଥିଲା। ଶ୍ରେଷ କ୍ରମରେ ଶ୍ରେୟସ ଗୋପାଳ (୦) ଓ ଚେତନ ସାକାରିଆ (୬) କିଛି ଖାସ୍ କରିପାରି ନଥିଲେ। ମୁମ୍ବାଇ ପକ୍ଷରୁ କୁଲ୍ଟର-ନାଇଲ୍ ୧୪ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ସେହିପରି ଜେମ୍ସ ନିଶାମ୍ ୧୨ ରନ୍ ଦେଇ ୩ଟି ଓ ବୁମ୍ରା ୧୪ ରନ୍ ଦେଇ ୩ଟି ସଫଳତା ହାସଲ କରିଛନ୍ତି।
୯୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ରୋହିତ ଶର୍ମା ୧୩ ବଲ୍ରୁ ୧ ଚୌକା ଓ ୨ ଛକା ସହ ୨୨ ରନ କରି ଆଉଟ୍ ହୋଇଥିଲେ। ୫୬ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୧୩) ପାଭିଲିୟନ ଫେରିଥିଲେ। ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍ରୁ ୫ ଚୌକା ଓ ୩ ଛକା ଜରିଆରେ ଅର୍ଦ୍ଧଶତକ ସହ ଅପରାଜିତ ଥିଲେ। ମୁମ୍ବାଇ ମାତ୍ର ୮.୨ ଓଭରରେ ୯୧ ରନର ବିଜୟ ଲକ୍ଷ୍ୟ ହାସଲ କରି ପ୍ଲେଅଫ ଆଶା ଉଜ୍ଜିବୀତ ରଖିଛି। ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଥିଲେ। କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଓପନର ଇଭିନ୍ ଲୁଇସ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋରରେ ବଦଳାଇପାରିନଥିଲେ । ବ୍ୟକ୍ତିଗତ ଭାବେ ସେ ୨୪ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୨ରନ, ସଞ୍ଜୁ ସାମସନ ୩, ଶିବମ ଦୁବେ ୩ ରନ, ଗ୍ଲେନ୍ ଫିଲିପ୍ସ ୪ ରନ, ଡେଭିଡ ମିଲର ୧୫, ରାହୁଲ ତେଓ୍ବାତିୟା ୧୨, ଶ୍ରେୟସ ଗୋପାଳ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଚେତନ୍ ସକାରିୟା ୬ ରନ କରି ଆଉଟ ହୋଇଛନ୍ତି । ମୁସ୍ତଫିଜୁର ରେହମାନ ୮ ରନ ଏବଂ କୁଳଦୀପ ଯାଦବ ୦ ରନ କରି ନଟ୍ ଆଉଟ ଅଛନ୍ତି । ଜେମସ୍ ନିସାମ ଏବଂ ନାଥାନ କୁଲଟର ନାଇଲ୍ ଦମଦାର ବୋଲିଂ କରି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ନାଥାନ ୪ ଓଭରରେ ୧୪ ରନ ୪ ଓ୍ବିକେଟ ନେଇଛନ୍ତି। ନିସାମ ୪ ଓଭରରେ ମାତ୍ର ୧୨ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଯଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।
