ଅଗଷ୍ଟ ୧୫ରୁ ଗଡ଼ିବ ମୁମ୍ବାଇ ଲୋକାଲ ଟ୍ରେନ୍
ମୁମ୍ବାଇ : ମୁମ୍ବାଇର ଲାଇଫଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍ ଅଗଷ୍ଟ ୧୫ରୁ ଗଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରି ଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଟିକାର ଉଭୟ ଡୋଜ ନେଇଥିବା ଲୋକେ ଏହି ଟ୍ରେନ୍ରେ ଯାତ୍ରା କରିପାରିବେ । କେବଳ ସେତିକି ନୁହେଁ ଟିକା ନେବାର ୧୪ ଦିନ ପରେ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିପାରିବ । ସେହିପରି ଯେଉଁ ଲୋକମାନେ ୧୫ ଦିନ ପୂର୍ବରୁ କୋଭିଡ ଟିକାର ୨ ଡୋଜ ନେଇଛନ୍ତି, ସେମାନଙ୍କୁ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିପାରିବ ।
ସୂଚନା ଯେ, ମୁମ୍ବାଇରେ ୧୯ ଲକ୍ଷ ଲୋକ ଏପର୍ଯ୍ୟନ୍ତ କରୋନା ଟିକା ନେଇସାରିଛନ୍ତି । ଏମାନେ ଆପ ଜରିଆରେ ନିଜର ନାମ ପଂଜୀକରଣ କରି ଟ୍ରେନରେ ଯାତ୍ରା କରିପାରିବେ । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ପୂରା ହୋଇ ନଥିବ, ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ ଓ ଧାର୍ମିକ ସ୍ଥଳରେ କଟକଣା କୋହଳ ନେଇ ସୋମବାର ନିଷ୍ପତ୍ତି ନିଆଯିବ ।
