ଭାଲୁ ମୁହଁକୁ ପିଲାକୁ ଫିଙ୍ଗିଲା ମା’, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: କୁହାଯାଏ ଭଗବାନ ସବୁ ସ୍ଥାନରେ ପହଞ୍ଚି ପାରନ୍ତି ନାହିଁ, ସେଥିପାଇଁ ସେ ମା’କୁ ତିଆରି କରିଛନ୍ତି । ଜଣେ ମା’ ନିଜ ସନ୍ତାନର ରକ୍ଷା କବଚ ହୋଇଥାଏ । ନିଜ ସନ୍ତାନର ସୁରକ୍ଷା ପାଇଁ ସେ ମହାଦେବଙ୍କ ପରି ହଳାହଳ ବିଷ ବି ପିଇପାରେ । କିନ୍ତୁ ଯଦି ସେହି ମା’ ନିଜ ସନ୍ତାନର ଶତ୍ରୁ ହୁଏ ତେବେ କଣ ହେବ ? ଉଜବେକିସ୍ତାନର ତାସକେଣ୍ଟରୁ ଏଭଳି ଏକ କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମା’ ନିଜ ୩ବର୍ଷର ପିଲାକୁ ଭାଲୁ ମୁହଁକୁ ଫିଙ୍ଗି ଦେଇଛି । ତେବେ ଏହି ସମସ୍ତ ଘଟଣାର ସାକ୍ଷୀ ଥିଲା ସିସିଟିଭି କ୍ୟାମେରା । ଯାହାର ଫୁଟେଜ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
Mum throws her daughter into enclosure with live Bear in Uzbekistan's Zoo. Full details @ https://t.co/tyxI0BDlzG pic.twitter.com/7t6HNrFAbm
— OlumoRocktv (@OlumoRocktv) January 30, 2022
ଏହାସହ ୟୁଜର ସେହି ମା’ଜଣଙ୍କୁ ଗାଳି କରିବା ଆରମ୍ଭ କରିଦେଇଛନ୍ତି । ସୂଚନା ଅନୁସାରେ ଏକ ପ୍ରାଣୀ ଉଦ୍ୟାନରେ ଭ୍ରମଣ କରିବା ନିମନ୍ତେ ମା’ ନିଜ ୩ ବର୍ଷର ଶିଶୁ କନ୍ୟାକୁ ସାଙ୍ଗରେ ନେଇ ସେହି ସ୍ଥାନକୁ ଯାଇଥିଲେ । କୁନି ଝିଅଟି ଭାଲୁ ଦେଖୁଥିବା ସମୟରେ ମା’ ନିଜ ସନ୍ତାନକୁ ପଛରୁ ଧକ୍କା ଦେଇଥିଲେ । କର୍ମଚାରୀମାନେ ଭାଲୁ ଏନକ୍ଲୋଜରରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ତେବେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣକ ଶିଶୁକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଏଥିସହିତ ପ୍ରାଣୀ ଉଦ୍ୟାନର ମୁଖପାତ୍ର କହିଛନ୍ତିଯେ, ମହିଳା ଜଣକ ଜାଣିଶୁଣି ଏଭଳି କରିଛନ୍ତି । ଏହା ବ୍ୟତୀତ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ତାଙ୍କ ବିବୃତ୍ତିକୁ ନିଶ୍ଚିତ କରିଛନ୍ତି । ଲୋକମାନେ କହିଛନ୍ତିଯେ, ସେହି ସମୟରେ ଆମେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେତେବେଳକୁ ସେ ନିଜ ଝିଅକୁ ଭାଲୁ ମୁହଁକୁ ଠେଲି ଦେଇଥିଲେ । ତେବେ ମହିଳା ଜଣକ ଏହା କାହିଁକି କରିଥିଲେ ସେ ସମ୍ବନ୍ଧରେ ସୂଚନା ମିଳିନାହିଁ ।
