ମା’ ବିରଜା ଦେବୀଙ୍କ ଶାରଦୀୟ ଦୁର୍ଗୋତ୍ସବ ଚଳିତ ମାସ ୧୭ ତାରିଖରୁ ।
ଯାଜପୁର : ଯାଜପୁର ଅଧିଷ୍ଠାତ୍ରୀ ଦେବୀମା’ ବିରଜାଙ୍କଶାରଦୀୟ ଦୁର୍ଗୋତ୍ସବ ତଥା ମୁଖ୍ୟ ପର୍ବୋତ୍ସବରବିଭିନ୍ନକାର୍ଯ୍ୟ ନିର୍ଘଣ୍ଟଚୂଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୭ତାରିଖମୂଳାଷ୍ଟମୀମା’ ବିରଜାଙ୍କ ଘଟ ନିମଜ୍ଜନ, ରାତ୍ର ଘ. ୮.୩୫ ମିନିଟଗତେ ମହାସ୍ନାନ ଓ ସିଂହାସନେ, ଯଜ୍ଞ ମଣ୍ଡପେ ଷୋଡଶୋପଚାର ପୂଜାରମ୍ଭ । ସେପ୍ଟେମ୍ୱର୧୮ ରୁ ୨୪ ତାରିଖ ସିଂହାସନେ ପ୍ରତିଦିନ ନିତ୍ୟପୂଜା,ଦିବା ୧୧ ଘଟିକାଠାରୁ ଷୋଡଶୋ ପଚାର ପୂଜାଏବଂ ପୂର୍ବବତ୍ସିଂହାସନେ, ଯଜ୍ଞ ମଣ୍ଡପେ ଊପଚାର ପୂଜାରାତ୍ର ୮ ଘଟିକାରୁ । ସେପ୍ଟେମ୍ୱର ୨୫ତାରିଖରେ ସିଂହଧ୍ୱଜ ରଥାଧିବାସରାତ୍ର ଘ. ୧୧.୫୯ମିନିଟ୍ ପରୋ ସେପ୍ଟେମ୍ୱର୨୬ ତାରିଖରେ ମହାଳୟ ଅମାବାସ୍ୟା,ସିଂହଧ୍ୱଜ ରଥ ପ୍ରତିଷ୍ଠ।। ସେପ୍ଟେମ୍ୱର ୨୭ ଓ ୨୮ ତାରିଖରେ ରଥପାଇଁ ନିତ୍ୟ ପୂଜା ଓ ରଥଟଣା ଅପରାହ୍ନ୪ ଘଟିକାଠାରୁ । ସେପ୍ଟେମ୍ୱର ୨୯ ତାରିଖରେ ପଞ୍ଚମୀ, ମହାସ୍ନାନ ରାତ୍ର ୧୨.୨୯ ମିନିଟ୍ ଏବଂ ତତ୍ପରେ ସୁନାବେଶ । ରାତ୍ରରେ ଯଜ୍ଞ କାର୍ଯ୍ୟ ଆରମ୍ଭ । ଅକ୍ଟୋବର୨ ତାରିଖରେ ମହାଷ୍ଟମୀ ବିହିତମହାସ୍ନାନ ରାତ୍ର ୦୮.୦୫ମିନିଟ୍ ପରେ । ମହାଷ୍ଟମୀ ପଜାନ୍ତେ ହୋମ, ଯଜ୍ଞ ପୂର୍ଣ୍ଣାହୁତି । ଅକ୍ଟୋବର ୩ ତାରିଖରେ ମହାନବମୀ ଏବଂ ଅପରାହ୍ନ ୪ ଘଟିକାଠାରୁ ରଥଟଣା । ଦେବୀବିରଜାଙ୍କ ରଥାବତରଣ ଓ ଲାଖବିନ୍ଧାପ୍ରାନ୍ତରକୁ ଯାତ୍ରାରାତ୍ରି ଘ. ୧୧.୦୨ମିନିଟ୍ ପରେ । ଅକ୍ଟୋବର୪ ତାରିଖ ବିଜୟାଦଶମୀରେ ଦେବୀଙ୍କ ଦଶମୀବିହିତ ପୂଜା, ଅପରାଜିତା ପୂଜା ଓ ଘଟ ବିସର୍ଜନ ରାତ୍ର ଘ. ୭.୫୧ମିନିଟ ପରେ ଅନୁଷ୍ଠିତହେବ । ଅକ୍ଟୋବର୯ ତାରିଖ କୁମାରପୂର୍ଣ୍ଣମୀ ଏବଂମାବିରଜା ଦେବୀଙ୍କ ଅକ୍ଷକ୍ରୀଡାସନ୍ଧ୍ୟା ଘ. ୭.୪୫ମିନିଟ୍ପରେ ଅନୁଷ୍ଠିତ ହେବବୋଲି ବିରଜାମନ୍ଦିରର ମୁଖ୍ୟ ପରିଚାଳକତଥା ଊପ-ଜିଲ୍ଲାପାଳ ଗୋପୀନାଥ କୁଅଁର ଓ ମୁଖ୍ୟ ପୁରୋଧା ହିମାଂଶୁଶେଖର ପତିମିଶ୍ର ଆଚାର୍ଯ୍ୟଜ୍ଞାନ ରଂଜନ ପତିସୂଚନା ଦେଇଚ୍ଥନ୍ତି ।
