ଭୁବନେଶ୍ୱରରେ ଡ୍ରୋନ୍ ସାହାଯ୍ୟରେ ମଶାମରା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରେ ମଶା ବଂଶ ବୃଦ୍ଧି ପାଇ ଏବେ ଲୋକଙ୍କର ବିରାଟ ସମସ୍ୟା ପାଲଟିଥିବା ବେଳେ ବିରୋଧୀ ଦଳ ମାନେ ଏହାକୁ ପ୍ରସଙ୍ଗ କରି ଆନ୍ଦୋଳନ ମଧ୍ୟ କରିବା ଆରମ୍ଭ କରି ଦେଲେଣି । ଅନ୍ୟ ପକ୍ଷରେ ଏହାର ସମାଧାନ ପାଇଁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଡ୍ରୋନରେ ମଶା ଲାଭା ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଡ୍ରୋନ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଉଥିବା ବେଳେ ଏହି ସ୍ପ୍ରେରେ ମଶାମାନେ ମରିକୁ ତଳେ ଖସିପଡ଼ିବେ ବୋଲି ସୁଚନା ରହିଛି । ମଶାଙ୍କ ବଂଶ ବୃଦ୍ଧି ପାଉଥିବା ହେତୁ ଦୁର୍ଗମ ଅଞ୍ଚଳରେ ମଶା ଦମନରେ ଡ୍ରୋନକୁ ସାମିଲ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଏକା ସାଙ୍ଗରେ ୧୦ ଲିଟର କେମିକାଲ ବହନ କରି ଡ୍ରୋନ୍ ସିଞ୍ଚନ କରିପାରିବ । ଆଜି ପ୍ରଥମ ପର୍ଯ୍ୟାୟରେ ନୀଳାଦ୍ରି ବିହାର ଅଞ୍ଚଳରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ସୂଚନା ପ୍ରଦାନ କରିଛନ୍ତି ଯେ ରାଜଧାନୀରେ ମଶା ଧୂଆଁ ଗାଡି ସଂଖ୍ୟା ବଢାଯିବ, ଘାସ ଓ ବେଣା କାଟାଳିଙ୍କ ଟିମ୍କୁ ବି ବୃଦ୍ଧି କରାଯିବ । ଅଧିକ ମଶା ବଂଶ ବୃଦ୍ଧି ହେଇଥିବା ଅଂଚଳରେ ଟେକ୍ନିକାଲ ଟିମ୍ ପକ୍ଷରୁ ସର୍ଭେ କରାଯିବ ।
