କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଖସି ପଲାଇଲା ଅଭିଯୁକ୍ତ
ଫୁଲବାଣୀ : ଗୋଟିଏ କୁଇଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କଲା ଗୋଛାପଡା ପୋଲିସ । ତେବେ ଘଞ୍ଚ ଜଙ୍ଗଲର ସୁବିଧା ଦେଖି ଖସି ପଲାଇଛି ଅଭିଯୁକ୍ତ । ଏ ନେଇ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଜାରିରଖିଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ମୁନି କହିଛନ୍ତି ।
କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋଛାପଡା ଥାନା ଅନ୍ତର୍ଗତ ଗଙ୍ଗଲ ଡାକା-ବଉପାଙ୍ଗା ରାସ୍ତାରେ ପେଟ୍ରୋଲିଂ ବେଳେ ଅତର୍କିତ ଚଢ଼ାଉ କରି ଏକ କୁଇଣ୍ଟାଲ ୫ କେଜି ଗଂଜେଇ ଜବତ କରିଥିଲେ । ଏଥିସହ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଂଜିତ କୁମାର ମୁନି ।
