ରାଜ୍ୟରେ ଆଜିସୁଦ୍ଧା ଦିଆଗଲାଣି ୮,୧୩ କୋଟିରୁ ଅଧିକ କରୋନା ଟୀକା
ଭୁବନେଶ୍ୱର : କରୋନା ଟୀକାକରଣ ଅଭିଯାନରେ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୮ କୋଟି ୧୩ ଲକ୍ଷ ୨୭ ହଜାର ୯୬୭ ସଂଖ୍ୟାରେ ଟିକା ଦିଆଗଲାଣି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ ବୁଧବାର ସକାଳ ସୁଦ୍ଧା ରାଜ୍ୟରେ ସମୁଦାୟ ଦିଆ ଯାଇଥିବା ଟିକାରୁ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୬୨ ହଜାର ୪୦୦ ଜଣ ଥିବା ବେଳେ ଦ୍ୱିତିୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୯୮ ହଜାର ୫୫୧ ଜଣ । ଏହା ସହିତ ବୃଷ୍ଟର ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୩୦ ଲକ୍ଷ ୬୭ ହଜାର ୦୧୬ ଜଣ । ଜିଲ୍ଲା ମାନଙ୍କ ମଧ୍ୟରେ ଗଂଞାମ ଜିଲ୍ଲାରେ ସମୁଦାୟ ୭୨ ଲକ୍ଷ ୯୭ ହଜାର ୩୩୫ ଜଣଙ୍କୁ ଟିକା ଦିଆଯାଇଛି ଯାହା ସବୁ ଜିଲ୍ଲା ମାନଙ୍କଠାରୁ ଆଗରେ ଅଛି ବୋଲି ସୂଚନା ଦିଆଯାଇଛି ।
