ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୪୫୬ ରୁ ଅଧିକ କରୋନା ଟେଷ୍ଟ
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଣ୍ଟାରେ ପୁରା ରାଜ୍ୟରେ ସମୁଦାୟ ୫ ହଜାର ୪୫୬ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ବୁଧବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୪୧ ଲକ୍ଷ ୭୨ ହଜାର ୯୭୭ ରେ ପହଁଚିଛି ।
