ଦେଶରେ ଦିଆଗଲାଣି ୨୧୯.୬୩ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ସୋମବାର ସକାଳ ୮ ଟା ସୁଦ୍ଧା ୨୧୯ କୋଟି ୬୩ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୨୫ ହଜାର ୪୬୩ ରୁ ଅଧିକ ଟିକା ଦିଆଯାଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ସୋମବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୧୯.୬୩ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି ।
