ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାରରୁ ଅଧିକ କରୋନା ଟେଷ୍ଟ
LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଅଳ୍ପ ବଢିବା ଲକ୍ଷ୍ୟ କରାଯାଉଛି। କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ ୧୧ ହଜାର ୫୪୨ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ମଙ୍ଗଳବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୩୩ ଲକ୍ଷ ୫୪ ହଜାର ୪୧୪ ରେ ପହଂଚିଛି ।
