ମନି ଲଣ୍ଡରିଂ ମାମଲା : ୧୮ ପର୍ଯ୍ୟନ୍ତ ବଢ଼ିଲା ନବାବ ମଲିକଙ୍କ ନ୍ୟାୟିକ କଷ୍ଟଡି
ମୁମ୍ବାଇ : କୁଖ୍ୟାତ ବଦମାସ ଦାଉଦ ଇବ୍ରାହିମ ସହ ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ ଗିରଫ ମନ୍ତ୍ରୀ ନବାବ ମଲିକଙ୍କ ନ୍ୟାୟିକ କଷ୍ଟଡି ୧୮ ଅପ୍ରେଲ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ମୁମ୍ବାଇର ବିଶେଷ ପିଏମ୍ଏଲ୍ଏ କୋର୍ଟ ଏହି ନିର୍ଦେଶ ଦେବା ସହ ମଲିକକୁ ଜେଲ୍ରେ ଘର ଖାଦ୍ୟ ତଥା ଔଷଧ ମଧ୍ୟ ଦେବାର ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ମନ୍ତ୍ରୀ ନବାବ ମଲିକକୁ ଦାଉଦ ଇବ୍ରାହିମର ଭଉଣୀ ହସୀନା ପାରକର ସହିତ ମିଶି କୁର୍ଲାରେ ଜମି କଣିବା ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ୨୩ ଫେବୃଆରୀରେ ଗିରଫ କରିଥିଲା । ଏହି ମାମଲାରେ ନବାବ ମଲିକ ୧୩ ଦିନ ପର୍ଯ୍ୟନ୍ତ ଇଡି କଷ୍ଟଡିରେ ରହିଥିଲା । ଏହାପରେ ସେ ନ୍ୟାୟିକ କଷ୍ଟଡିରେ ଅଛି ।
