ନୂତନ କ୍ୟାବିନେଟ୍ର ପ୍ରଥମ ବୈଠକ : ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦୀ ନୂତନ କ୍ୟାବିନେଟ୍ର ପ୍ରଥମ ବୈଠକ ସଂପନ୍ନ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ସହାୟତା ପାଇଁ ଏକ ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ ମିଳିଛି। ମଣ୍ଡି ଭିତ୍ତିଭୂମି ସୁଦୃଢ କରିବାକୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଏଥିସହ କୋଭିଡ୍ ମୁକାବିଲା ପାଇଁ ସ୍ଵାସ୍ଥ୍ୟ ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି। ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ମଣ୍ଡି ଜରିଆରେ କୃଷକଙ୍କ ପର୍ଯ୍ୟନ୍ତ ଏକ ଲକ୍ଷ କୋଟି ଟଙ୍କା ପହଞ୍ଚିବ । ଚାଷୀର ଉନ୍ନତି ପାଇଁ ୧ ଲକ୍ଷ କୋଟିର ପ୍ୟାକେଜ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ କ୍ୟାବିନେଟ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଘୋଷଣା କରିଛନ୍ତି । ମଣ୍ଡି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି । ଗତବର୍ଷ ଲାଗୁ କରାଯାଇଥିବା ନୂତନ କୃଷି ଆଇନ ଓ ଏପିଏମସିକୁ ନେଇ ତୋମର ସ୍ପଷ୍ଟ କରିଛନ୍ତି । ଏପିଏମସି ଓ ମଣ୍ଡି ବ୍ୟବସ୍ଥା ପୂର୍ବପରି ବଳବତ୍ତର ରହିବ ବୋଲି ସେ କହିଛନ୍ତି । ଏପିଏମସି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ତୋମର କହିଛନ୍ତି । ଏହା ସହିତ କୋଭିଡ ମୁକାବିଲା ପାଇଁ ରାଜ୍ୟଗୁଡିକୁ ୨୩୧୨୩ କୋଟିର ଅର୍ଥବ୍ୟବସ୍ଥା କରାଯାଇଛି । ଯଦି କୌଣସି ବ୍ୟକ୍ତି, ସଂସ୍ଥା ବା ଏଗ୍ରି ଷ୍ଟାର୍ଟଅପ୍ ପାଇଁ ୨ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହା ଉପରେ ୩ ପ୍ରତିଶତ ସୁଧ ଛାଡ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଅଲଗା ଅଲଗା ଅଞ୍ଚଳରେ ଏକାଧିକ ପ୍ରକଳ୍ପ କଲେ ୨୫ରୁ ଅଧିକ ପ୍ରକଳ୍ପ ପାଇଁ ଅଲଗା ଅଲଗା ଋଣ ପ୍ରଦାନ କରାଯାଇ ପାରିବ । ରାଜ୍ୟ ସରକାରଙ୍କ କୃଷି ସଂସ୍ଥା ଗୁଡିକ ପାଇଁ ଏହି ନିୟମ ଲାଗୁ କରାଯିବ ନାହିଁ ।
ସୂଚନା ଯେ, ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତୋମାର। କୃଷକ ସମୁଦାୟକୁ ଦୁଇ କୋଟି ଟଙ୍କାର ଋଣ ମିଳିବ। ଭିତ୍ତିଭୂମି ସୁଦୃଢ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ମଣ୍ଡିର ଭିତ୍ତିଭୂମୀ ସୁଦୃଢ କରାଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହଛନ୍ତି, କରୋନା ମହାମାରୀ ମୁକାବିଲାରେ ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ରିଲିଫ ପ୍ୟାକେଜ୍ ଘୋଷଣା କରାଯାଇଛି। ୧୫ ହଜାର କୋଟି ଟଙ୍କା ଫଣ୍ଡ କୋଭିଡ୍ ଆରମ୍ଭ ସମୟରେ ଦିଆଯାଇଥିଲା। ଏହି ଅର୍ଥରେ କୋଭିଡ୍ ସେଣ୍ଟର, କେୟାର ସେଣ୍ଟର ଓ ଲ୍ୟାବ୍ ସ୍ଥାପନ କରାଯାଇଛି। ଏହି ପରି ଦ୍ଵିତୀୟ କରୋନା ଲହରରେ ଯେଉଁ ସମସ୍ୟା ଉତ୍ପନ ହୋଇଛି, ତାର ମୁକାବିଲା ପାଇଁ ଭାରତ ସରକାର ୨୩ ହଜାର କୋଟି ଟଙ୍କାର ଦ୍ଵିତୀୟ ପ୍ୟାକେଜ୍ ଜାରି କରିଛନ୍ତି ।
