କୋଭିଡ ସ୍ଥିତିି ଓ ପ୍ରସ୍ତୁତିକୁ ନେଇ ସାରା ରାଜ୍ୟରେ ଚାଲିଛି ମକ୍ ଡ୍ରିଲ ଆଜି ସଂଧ୍ୟା ସୁଦ୍ଧା ରାଜ୍ୟର ସମସ୍ତ ତଥ୍ୟ ଅପଲୋଡ କରା ଯିବ
ଭୁବନେଶ୍ୱର : ରାଜ୍ୟରେ କୋବିଡ ସ୍ଥିତିର ମୁକାବିଲା ପାଇଁ ରାଜ୍ୟର ଡାକ୍ତରଖାନା ମାନେ କେତେ ପ୍ରସ୍ତୁତ ଅଛନ୍ତି ସେ ବିଷୟରେ ଜାଣିବାକୁ ଆଜି ବିଭିନ୍ନ ଡାକ୍ତରଖାନାରେ ମକ ଡ୍ରିଲ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସରକାରଙ୍କ ନିର୍ଦେଶକ୍ରମେ ଏହି ମକ ଡ୍ରିଲ କରାଯାଉଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ଅନ୍ୟ ଦେଶ ମାନଙ୍କରେ କୋବିଡ ମାମଲା ବଢୁଥିବାରୁ ଆମର ପ୍ରସ୍ତୁତି କେତେ ରହିଛି ତାର ଆକଳନ କରିବାକୁ ଏହା କରାଯାଉଛି । ଆମେ ଏହାକୁ ନେଇ କେତେ ପ୍ରସ୍ତୁତ ଅଛୁ ତାହାର ରିଏଲ ଟାଇମ ଆକଳନ କରାଯାଉଛି । ଆମର କୋବିଡ ମୁକାବିଲା ପାଇଁ ମ୍ୟାନ ପାୱାର ଅଛନ୍ତି ନା ନାହିଁ, ଆବଶ୍ୟକୀୟ ଉପକରଣ ଅଛି ନା ନାହିଁ, ଆବଶ୍ୟକୀୟ ଔଷଧ ରହିଛି ନା ନାହିଁ , ଆବଶ୍ୟକ ମାତ୍ରାରେ ଅକ୍ସିଜେନର ବ୍ୟବସ୍ଥା ରହିଛି ନା ନାହିଁ, ଏ ସବୁର ଏହି ମକ ଡ୍ରିଲରେ ଆକଳନ କରାଯାଉଛି । ସେ କହିଛନ୍ତି ଯେ ଏ ସମ୍ପର୍କରେ ସମସ୍ତ ତଥ୍ୟ ଭାରତ ସରକାରଙ୍କ ୱେବସାଇଟରେ ଆଜି ସଂଧ୍ୟା ସୁଦ୍ଧା ଅପଲୋଡ କରାଯିବ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋବିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣା ପଡିଛି ।
