ହୁତୁ ହୁତୁ ହୋଇ ଜଳିଗଲା ମୋବାଇଲ ଟାୱାର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସୋଲପଟା ନିକଟରେ ଥିବା ଏକ ମୋବାଇଲ ଟାୱାରରେ ବୁଧବାର ଭାୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଟାୱାରରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଟାୱାରର ବ୍ୟାଟେରି ବାକ୍ସ, ପେନାଲ ବୋର୍ଡ଼, ସମସ୍ତ ସିଷ୍ଟମ ପୋଡ଼ି ଯାଇଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି । ଟାୱାର କର୍ତ୍ତୃପକ୍ଷଙ୍କ ସମେତ ବସ୍ତା ଥାନା ପୋଲିସ ପହଞ୍ôଚ ତଦନ୍ତ ଜାରି ରଖିଛନ୍ତି ।
