ରୂପସା ରେଳ ଷ୍ଟେସନରୁ ମୋବାଇଲ ଚୋର ଗିରଫ
ରୂପସା : ଖଡ଼ଗପୁର ରେଳ ଡିଭିଜନର ବାଲେଶ୍ୱର ଜିଲା ଅନ୍ତର୍ଗତ ରୂପସା ରେଳ ଷ୍ଟେସନରେ ଆରପିଏଫ ଥାନା ପୋଲିସ ଶନିବାର ଚଢ଼ାଉ କରି ଜଣେ ମୋବାଇଲ ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ଥାନା ବଜାରଶୋଳ ଅଞ୍ଚଳର ରାଜେଶ କୁମାର ବିଶ୍ୱାଳ । ତାଙ୍କ ନିକଟରୁ ଏକ ଚୋରି ମୋବାଇଲ ଜବତ ହୋଇଛି । ସେ ଟ୍ରେନରେ ଜଣେ ଯାତ୍ରୀଙ୍କ ଠାରୁ ଏହି ମୋବାଇଲ ଲୁଟ କରିଥିବା ସ୍ୱୀକାର କରିଛି । ଉକ୍ତ ମୋବାଇଲ ଚୋରକୁ ବାଲେଶ୍ୱର ଜିଆରପି ଥାନାକୁ ହସ୍ତାନ୍ତର କରାଯାଇଛି । ଏ ସମ୍ପର୍କରେ ଜିଆରପି ପୋଲିସ ଏକ ମାମଲା (ନଂ. ୧୧୦/୨୨) ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
