କୋଇଲା ମନ୍ତ୍ରଣାଳୟ ପକ୍ଷରୁ “ପିଏମ ଗତିଶକ୍ତି : ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ” ଆୟୋଜିତ
ନୂଆଦିଲ୍ଲୀ : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏହାଦ୍ୱାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ । ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ଏହା ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ । ଦେଶ୍ୟ । ଜାତୀୟ ଲିଜିଷ୍ଟିକ୍ସ ନୀତିର ବିଭିନ୍ନ ଉପାଦାନକୁ ଗଭୀର ଭାବେ ବୁଝିବା ଲାଗି ସବୁ ଅଂଶୀଦାରମାନଙ୍କୁ ପୂର୍ବ ଜୋନ ସମ୍ମିଳନୀ ଏକ ସୁଯୋଗ ଆଣି ଦେଇଛି ।କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ପିଏମ୍? ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ ନୀତି ଉପରେ ପୂର୍ବ କ୍ଷେତ୍ର ସମ୍ମିଳନୀ ଆୟୋଜିତ ହେଉଛି । ଆସନ୍ତା ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋସ ସମନ୍ୱୟ ବଢ଼ାଇବା ।ଏହି ସମ୍ମିଳନୀରେ ପୂର୍ବ କ୍ଷେତ୍ରର ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା କୋଇଲା, ଡିପିଆଇଆଇଟି, ରେଳବାଇ, ବିଦ୍ୟୁତ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ।
