ଜଳେଶ୍ୱରରେ ନୂତନ ରେଳ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରେଳ ମନ୍ତ୍ରୀ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଠାରେ ଆଜି ଶୁକ୍ରବାର ସଂଧ୍ୟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଳେଶ୍ୱର ନୂତନ ରେଳ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନୂଆ ରେଳ ଷ୍ଟେସନ ସହିତ ପାର୍ସୋାଲ କାର୍ଯ୍ୟାଳୟ, ଶୌଚାଳୟ, ପେନାଲ ଘର, ବରିଷ୍ଠ ଓ ଦିବ୍ୟାଙ୍ଗଙ୍କ ଲାଗି ଲିଫ୍ଟ, ପାଦ ଚଲା ସେତୁ ସମ୍ପ୍ରସାରଣ, ପ୍ଲାଟଫର୍ମ ଉଚ୍ଚତା ବଢାଇବା, ପ୍ଲାଟଫର୍ମ ଛାଉଣୀ, ସିସିଟିଭି କେବେରା ଇତ୍ୟାଦି ନିର୍ମାଣ ହେବ ବୋଲି ସେ କହିଥିଲେ ।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଦ୍ଭାବନର ପ୍ରତୀକ ବୋଲି କହିବା ସହିତ ପୂର୍ବରୁ ରେଳ ବଜେଟ୍ରେ ୭/୮ଶହ କୋଟି ଟଙ୍କା ଖର୍ତ୍ତ ହେଉଥିବା ବେଳେ ୨୦୧୪ ମସିହାରୁ ୫ହଜାର କୋଟି ଓ ଚଳିତବର୍ଷ ୭ହଜାର କୋଟି ଟଙ୍କା ମଂଜୁର କରିଥିବା ସେ ସୂଚନା ଦେଇଥିଲେ । ଜଳେଶ୍ୱର ରେଳ ଷ୍ଟେସନ ୫ମ ବର୍ଗ (ଏନ୍ଏସ୍ଜି-୫) ହୋଇଥିବା ବେଳେ ଏହାର ବିଭିନ୍ନ ଉନ୍ନୟନ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଜଳେଶ୍ୱର-ଦୀଘା ୪୧ କି.ମି. ରେଳପଥ ନିର୍ମାଣ ଲାଗି ସର୍ଭେକାର୍ଯ୍ୟ ସରିଥିବା ବେଳେ ଏଥିରୁ ୭ କି.ମି ପଶ୍ଚିମବଂଗ ଓ ୩୪ କି.ମି. ଓଡିଶାରେ ରହିଛି । ଦୀଘା, ତାଳସାରି, ଉଦୟପୁର ଓ ଚନ୍ଦନେଶ୍ୱର ପର୍ଯ୍ୟଟନର ବିକାଶ, ଦୁଇରାଜ୍ୟ ମଧ୍ୟରେ ଗମନାଗମନର ସୁବିଧା, ଧାନ-ପାନ-ମିନ ଓ ସପର ରତ୍ପାନୀ ଇତ୍ୟାଦି ଲାଗି ଏହି ରେଳପଥର ଆବଶ୍ୟକତା ରହିଛି । ୨୦୦୯-୧୦ ମସିହାରେ ଏହି ରେଳପଥ ଲାଗି ସର୍ଭେ କରାଯାଇଥିବା ବେଳେ ୨୦୧୦-୧୧ରୁ ୨୦୧୫-୧୬ ମଧ୍ୟରେ ୬୧ କୋଟି ଟଙ୍କା ମଂଜୁର ହୋଇଥିଲା । ଜଳେଶ୍ୱର- ଦୀଘା ରେଳ ପଥ ନିର୍ମାଣରେ ବହୁ ସମସ୍ୟା ଥିବାରୁ ସେଥିନେଇ ରେଳ ବିଭାଗ ସହିତ ଆଲୋଚନା ଓ ସମୀକ୍ଷା ପରେ ସିଦ୍ଧାନ୍ତ ନିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡଙ୍ଗୀ, ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଦକ୍ଷିଣପୂର୍ବ ରେଳପଥର ମୁଖ୍ୟ ପ୍ରବନ୍ଧକ ଅର୍ଚ୍ଚନା ଜୋଷୀ, ଖଡଗପୁର ଡିଭିଜନର ଡିଆର୍ଏମ୍ ମନୋରଂଜନ ପ୍ରଧାନ ମଂଚଳରେ ଉପସ୍ଥିତ ଥିଲେ । ଜଳେଶ୍ୱରର କେତେକ ଛାମୁଆ ସଂଗଠନ ଜଳେଶ୍ୱର ରେଳ ବିକାଶ ଲାଗି ସ୍ମାରକପତ୍ର ପ୍ରଦାନ କରିଥିଲେ ।
