ସିମୁଳିଆରେ ବିଭିନ୍ନ ୬ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ
ସିମୁଳିଆ : ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୁଧବାର ୧୬କୋଟି ୯୮ଲକ୍ଷ ଟଙ୍କାର ବିଭିନ୍ନ ୬ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟ ଅତିଥି ରୂପେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ଖଇରା ନିର୍ବାଚନମଣ୍ଡଳୀର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲିକ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ୫କୋଟି ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାର୍କୋଣା ରୁ ସଦାନନ୍ଦପୁର ରାସ୍ତାର ଉନ୍ନତି କରଣ ଓ ପ୍ରଶସ୍ତି କରଣର ଶିଳାନ୍ୟାସ, ମାର୍କୋଣାରେ ବିଜେଡି କାର୍ଯାଳୟର ଶୁଭ ଉଦ୍ଘାଟନ, ୪କୋଟି ୬୦ଲକ୍ଷ ଟଙ୍କା ଅଟକଳରେ ସାଧୁବୀର-ଗୁଡ ରାସ୍ତାର ଗମେଇ ନାଳ ଉପରେ ବିଜୁ ସେତୁ ନିର୍ମାଣ, ୬କୋଟି ୬ଲକ୍ଷ ଟଙ୍କା ଅଟକଳରେ ଜାମୁଝାଡି ରୁ ଇଶାଣ ରାସ୍ତା, ୩କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଛଚିନ୍ଦା ରୁ ଚୁଡୁଙ୍ଗା ରାସ୍ତା ଓ ୨କୋଟି ୯୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତୁଡିଗଡିଆରୁ ଆନନ୍ଦପୁର ରାସ୍ତାର ପ୍ରସସ୍ତି କରଣ ଓ ଉନ୍ନତି କରଣ ପାଇଁ ଶିଳାନ୍ୟାସ କରାଯାଇଛି । ତୁରନ୍ତ ଏହି ପ୍ରକଳ୍ପ ଗୁଡିକର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଜନସାଧାରଣ ଯୋଗ ଦେଇଥିଲେ ।
