ଜିଆର୍ଏସ୍ଙ୍କ ମନରେଗା ତାଲିମ୍ ଶିବିର
ଯାଜପୁର : ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତର କୁଆଁସ ମଙ୍ଗଳା ପୀଠ ପରିସରରେ ଥିବା ବ୍ରଜସୁନ୍ଦର କଲ୍ୟାଣ ମଣ୍ଡପ ଠାରେ ଦଶରଥପୁର, ଯାଜପୁର ଓ ବିଞ୍ଝାରପୁର ବ୍ଲକରେ କାର୍ଯ୍ୟରତ ଜିଆର୍ଏସ୍ଙ୍କ ମନରେଗା ସମ୍ବନ୍ଧୀୟ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଯାଜପୁର ବ୍ଲକ ବିଡ଼ିଓ ସୌରଭ ଚକ୍ରବର୍ତ୍ତୀ, ବିଞ୍ଝାରପୁର ବିଡ଼ିଓ ମିନତି ଜଗ୍ଦେବ ପ୍ରମୁଖ ଏହି ତାଲିମ ଶିବିରରେ ଉପସ୍ଥିତ ରହି ସମ୍ପୃକ୍ତ ବ୍ଲକ ଅଧିନରେ କାର୍ଯ୍ୟରତ ଜିଆର୍ ମାନଙ୍କୁ ସରକାରଙ୍କ ମନରେଗା ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ ।
