ରାଜସ୍ଥାନ ଓ ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ : ଆଜି ଭୋରରେ ରାଜସ୍ଥାନ ଓ ମଣିପୁରର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନ ରାଜଧାନୀ ଜୟପୁରରେ ଅଧଘଣ୍ଟା ମଧ୍ୟରେ ୩ ଥର କମ୍ପନ ଅନୁଭୂତ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ ଜୟପୁରରେ ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୪ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ସେହିପରି ମଣିପୁରର ଉଖରୁଲରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ୩.୫ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ଜଣାପଡିଛି।
