କୃଷ୍ଣଚନ୍ଦ୍ର ଉପ୍ରା ବିଦ୍ୟାଳୟରେ ମେଧା ସମ୍ବର୍ଦ୍ଧନା ସମାରୋହ
ଖଇରା : ଖଇରା ବ୍ଲକ ବଡଜୟପୁର ଗ୍ରାମସ୍ଥିତ କୃଷ୍ଣଚନ୍ଦ୍ର ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ମେଧା ସମ୍ବର୍ଦ୍ଧନା ସମାରୋହ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଦୈତାରୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୁର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟେତାି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ପିଲା ମାନଙ୍କ ଉପରେ ଅଯଥା ପାଠ ବୋଝ ନଦେଇ ତାଙ୍କର ପସନ୍ଦ ମୁତାବକ ବିଷୟ ରେ ସେମାନଙ୍କୁ ଯିବାକୁ ଅନୁମତି ଦେବା ଆବଶ୍ୟକ ବୋଲି କହିଥିଲେ । ସ୍ଥାନୀୟ ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ମହାନ୍ତି,ସମିତିସଭ୍ୟା ପାର୍ବତୀ ସେଠୀ,ସରପଞ୍ଚ ପ୍ରତିନିଧି ଭରତ ମହାନ୍ତି,ପରିଚାଳନା କମିଟି ସଭାପତି ଭାସ୍କର ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଉତ୍ତମ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ବାର୍ଷିକ କ୍ରିଡା ତଥା ବିଭିନ୍ନ ବିଷୟରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ପରେ ବିଧାୟକ ଗ୍ରାମର ସାଇ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଖଇରା ସିମୁଳିଆବାସୀଙ୍କ ମଙ୍ଗଳକାମନା କରିଥିଲେ ।
