ପୁରୁଷ ହକି ବିଶ୍ବକପ-୨୦୨୩ : ୪ ଭାରତୀୟ ଅମ୍ପାୟର ନିଯୁକ୍ତ
ଭୁବନେଶ୍ୱର : ରାଉରକେଲା ଓ ଭୁବନେଶ୍ବରରେ ଖେଳାଯିବାକୁ ଥିବା ହକି ପୁରୁଷ ବିଶ୍ବକପ ଓଡିଶା ୨୦୨୩ ପାଇଁ ମ୍ୟାଚ୍ ଅଫିସିଆଲ ଘୋଷଣା କରିଛି ଅନ୍ତର୍ଜାତୀୟ ହକି ମହାସଂଘ। ଘୋଷଣା ହୋଇଥିବା ତାଲିକାରେ ୪ଜଣ ଭାରତୀୟ ଅଧିକାରୀ ରହିଛନ୍ତି । ସେମାନେ ହେଲେ ସୋନିଆ ବାଠଲା, ଡକ୍ଟର ବିଭୁ ନାୟକସ ରଘୁ ପ୍ରସାଦ ଓ ଜାଭେଦ ଶୈଖ । ଅମ୍ପାୟାର ଭାବେ ନିଯୁକ୍ତ ହୋଇଛନ୍ତି ।
ଏକମାତ୍ର ମହିଳା ସୋନିଆ ବାଠଲା ଟେକ୍ନିକାଲ ଅଫିସିଆଲ ଭାବେ ନିଯୁକ୍ତ ହୋଇଥିବାବେଳେ ଅନ୍ୟ ୩ଜଣ ଅମ୍ପାୟର ଭାବେ ଚୟନ ହୋଇଛନ୍ତି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଭାରତୀୟ ଅଧିକାରୀଙ୍କ ଏହି ନିଯୁକ୍ତି ନେଇ ଶୁଭେଚ୍ଛା ଜଣାଇଛନ୍ତି । “‘ଏହା ଆମ ପାଇଁ ଗର୍ବର ବିଷୟ ଯେ ହକି ଇଣ୍ଡିଆର ଅଧିକାରୀ ମେଗା ୨୦୩ ବିଶ୍ବକପ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବେ,” କହିଛନ୍ତି ନିଙ୍ଗୋମ୍ବାମ । ସମ୍ମାନଜନକ ବିଶ୍ବକପ ଟୁର୍ନାମେଣ୍ଟ ପାଇଁ ଚୟନ ହେବାପରେ ବାଠଲା ଖୁସି ଜାହିର କରିଛନ୍ତି । ସେହିପରି ଅମ୍ପାୟର ନିଯୁକ୍ତ ହୋଇଥିବା ଜାଭେଦ ଶୈଖ ମଧ୍ୟ ଏହା ସମ୍ମାନର ବିଷୟ ବୋଲି କହିଛନ୍ତି । ପୂର୍ବରୁ ଅମ୍ପାୟର ଶୈଖ ଟୋକିଓ ଅଲମ୍ପିକ୍, କମନୱେଲ୍ଥ ଗେମ୍ସ, ଏସିଆନ ଗେମ୍ସ ଓ ୨୦୧୪ ପୁରୁଷ ବିଶ୍ବକପରେ ମଧ୍ୟ ମ୍ୟାଚ୍ ପରିଚାଳନା କରିସାରିଛନ୍ତି ।
