ଅଙ୍ଗାର ଗାଁରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ସଂଘର ସଦସ୍ୟା
ଗଞ୍ଜାମ : ମହିଳା ମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଥିବା ସହ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ବିଭିନ୍ନ ପଞ୍ଚାୟତରେ ମିଶନ୍ ଶକ୍ତି ଗୃହ ନିର୍ମାଣ କରିଥିବାର ନଜିର ଅଛି । ମିଶନ ଶକ୍ତି ଗୃହ ନିର୍ମାଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତରେ ଏହାର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେଲାଣି ଅଙ୍ଗାରଗାଁ ପଂଚାୟତରେ ମିଶନ ଶକ୍ତିର ନିଜସ୍ୱ ଗୃହ ନାହିଁ । ଫଳରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅସୁବିଧା ହେଉଥିବା ନେଇ ପ୍ରକାଶ କରିଛନ୍ତି । ଆଜି ମହିଳା ସଂଘର କିଛି ସଦସ୍ୟା ମିଶନ ଶକ୍ତି ଗୃହ ନିର୍ମାଣ ଦାବି ନେଇ ପଞ୍ଚାୟତ ଫାଟକରେ ତାଲା ପକାଇଥିବା ମହିଳା ସଂଘର ସଦସ୍ୟା ମାନେ ପ୍ରକାଶ କରିଛନ୍ତି । ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତକୁ ଯାଇଥିବା ପଂଚାୟତ ବାସୀ ମାନେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଛନ୍ତି ।
