ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ସାକ୍ଷାତ କଲେ ମିଲିଣ୍ଡା ଗେଟସ
ଲକ୍ଷ୍ନୌ : ବୁଧବାର ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଲ ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମିଲିଣ୍ଡ ଗେଟ୍ସଙ୍କୁ ଭେଟିଛନ୍ତି । ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ମିଲିଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ, ଉତରପ୍ରଦେଶ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ମଡ଼େଲ ହୋଇପାରିବ ।
ଗେଟ୍ସ ଫାଉଣ୍ଡେସନର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଶଂସା କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ମୁଖ୍ୟ ଶାସନ ସଚିବ ଦୁର୍ଗାଶଙ୍କର ମିଶ୍ର ଓ ସରକାରଙ୍କ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
