ଜଗନ୍ନାଥ ସର୍ଭିସ୍ ଷ୍ଟେସନ ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୦୭ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ଶେରଗଡ ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ପରିସରରେ ଶନିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାକୁ ଆଖି ଆଗରେ ରଖି ଜଗନ୍ନାଥ ସର୍ଭିସ୍ ଷ୍ଟେସନ ପକ୍ଷରୁ ରକ୍ତଦାନ ଶିବିରକୁ ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଏଚପିସିଏଲ କମ୍ପାନୀର ଚିଫ୍ ରିଜିଓନାଲ ମ୍ୟାନେଜର ଭାନୁ ଶଙ୍କର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିସହ ସେ ତାଙ୍କ ଚକ୍ତବ୍ୟରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଯୁବପିଢୀଙ୍କୁ ଏହିଭଳି ମହତ କାର୍ଯ୍ୟମାନ କରିବାକୁ ଆହ୍ୱାନ ଦେଇଥିଲେ । ବ୍ୟବସାୟ ଓ ସମାଜ ମଙ୍ଗଳ କାର୍ଯ୍ୟରେ ଜଗନ୍ନାଥ ସର୍ଭିସ୍ ଷ୍ଟେସନର ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ । ଏହିଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନୀତ ଅତିଥିଭାବେ ଏଚପିସିଏଲ କମ୍ପାନୀର ବାଲେଶ୍ୱର ସେଲସ୍ ଏରିଆ ମ୍ୟାନେଜର ରଞ୍ଜନ ଚୌରାସିଆ ଯୋଗଦେଇ ଜଗନ୍ନାଥ ସର୍ଭିସ୍ ଷ୍ଟେସନର ସାମାଜିକ ଦାୟିତ୍ୱବୋଧତାକୁ ଭୂୟସୀ ପ୍ରଶଂସା କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ସର୍ଭିସ୍ ଷ୍ଟେସନର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ମହାନ୍ତି, ଏଚପିସିଏଲ କମ୍ପାନୀର ଶିବ ଦତ (ମ୍ୟାନେଜର ଇଞ୍ଜିନିୟରିଂ) ପ୍ରମୁଖ ଏହି ମେଗା ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ପେଟ୍ରୋଲ ପମ୍ପ ପରିସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ଜଗନ୍ନାଥ ପେଟ୍ରୋଲ ପମ୍ପ ପକ୍ଷରୁ ବିଭିନ୍ନ ସମୟରେ ସମାଜିକ କାର୍ଯ୍ୟମାନ ଅନୁଷ୍ଠିତ ହୋଇଥାଏ । ମହାମାରୀ କରୋନା ସମୟରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯିବା ସହ ଅସହାୟ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ, ଶୁଖିଲା ଓ ରଖାଦ୍ୟ ଆଦି ବଂଟନ କରାଯାଇଥିଲା । ଆଗାମୀ ଦିନରେ ଏହିଭଳି ସମାଜିକ କାର୍ଯ୍ୟମାନ ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ପେଟ୍ରୋଲ ପମ୍ପର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଶିବିର ଶେଷ ସୁଦ୍ଧା ୧୦୭ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରକୁ ଦର୍ପନାରାୟଣ ଦାସ, ଶୁଭେନ୍ଦୁ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ଅଚ୍ୟୁତ କୁମାର ପଣ୍ଡା, ଦିବାକର ମହାନ୍ତି, ସନ୍ତୋଷ ଦାସ, ଚିନ୍ତାମଣି ନାୟକ, ଦାମୋଦର ସାମଲଙ୍କ ସମେତ ଜଗନ୍ନାଥ ପେଟ୍ରୋଲ ପମ୍ପର କର୍ମକର୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।


