ବେଦଚେତନ ସଂସ୍କୃତି ବିକାଶ ପରିଷଦର ବୈଠକ
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ ପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ସୁରୁଡିହା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବେଦଚେତନ ସଂସ୍କୃତି ପରିଷଦ ପକ୍ଷରୁ ଆଧ୍ୟାତ୍ମିକ ଚିନ୍ତନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସୁବାସ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବ୍ରାହ୍ମଣ ମାନେ ଯୋଗଦେଇ ଦିବ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂସ୍କୃତିର ସୁରକ୍ଷା, ସମାଜର କଲ୍ୟାଣ ନିମନ୍ତେ ଆଧ୍ୟାତ୍ମିକ ଚେତନାର ସୃଷ୍ଟି ଓ ବ୍ରାହ୍ମଣ ସମ୍ପ୍ରଦାୟର ଆଇନଗତ ଅଧିକାର ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା । ସମାଜର ମଙ୍ଗଳ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ସମସ୍ତଙ୍କୁ କାର୍ଯ୍ୟ କରିବା ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନାଦି ଚରଣ ପଣ୍ଡା, ଅଜୟ କୁମାର ପଣ୍ଡା, ଶକ୍ତିପଦ ପଣ୍ଡା, ରଞ୍ଜନ କୁମାର ପଣ୍ଡା, ସଞ୍ଜୟ କୁମାର ମିଶ୍ର, ରବିନ୍ଦ୍ର କୁମାର ପଣ୍ଡା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ବୈଠକରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ପଣ୍ଡା, ପଦ୍ମଲୋଚନ ପାହାଡ଼ୀ, ଜନ୍ମେଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
