ଝାରସୁଗୁଡା ରେ କରଣ ସମାଜ ର ବୈଠକ
ଝାରସୁଗୁଡା : ଆଜି ଅପରାହ୍ନ ୪ଟା ରେ ସ୍ଥାନୀୟ ମେଘଦୂତ ହୋଟେଲ ଠାରେ ଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ସଭାପତିତ୍ୱ ରେ କରଣ ସମାଜର ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ର ଆରମ୍ଭ ରେ କରଣ ସମାଜର ବରିଷ୍ଠ ସଭ୍ୟ କିଶୋର କୁମାର ମହାନ୍ତି ଙ୍କ ଅକାଳ ବିୟୋଗ ରେ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରା ଯାଇ ଥିଲା । ଚଳିତ ମାସ ୨୬ ତାରିଖ ରେ କରଣ ସମାଜ ର (କାୟସ୍ତ) ମହାପ୍ରଭୁ ଚିତ୍ରଗୁପ୍ତା ଙ୍କ ପୂଜା ଅନୁଷ୍ଠିତ ହେବା ପାଇଁ ସ୍ଥିର କରା ଯାଇ ଥିବା ବେଳେ ଆସନ୍ତା ୧୨ ତାରିଖରେ ଆଉ ଏକ ବୈଠକ ଅପରାହ୍ନ ୫ଟା ରେ ପାହାଡି ମନ୍ଦିର ଠାରେ କରାଯିବ ବୋଲି ପ୍ରସ୍ତାବ ହୋଇ ଥିଲା । ଜିଲ୍ଲା ରେ ବସବାସ କରୁଥିବା କାୟସ୍ଥ ସମ୍ପ୍ରଦାୟ ର ସମସ୍ତ ବ୍ୟକ୍ତି ମାନଙ୍କୁ ଅଂଶ ଗ୍ରହଣ କରିବାପାଇଁ ଅନୁରୋଧ କରାଯାଇଛି । କରଣ ସମାଜର କିପରି ଉନ୍ନତି ଆଣି ସାମାଜିକ କାର୍ଯ୍ୟ ରେ କରଣ ସମାଜ ଅର୍ଥନୈତିକ ଦୁର୍ବଳ ବର୍ଗ ର ବ୍ୟକ୍ତି ମାନଙ୍କୁ ସାହାର୍ଯ୍ୟ କରାଯିବ ପାଇଁ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ନେତାଜୀ ପଟ୍ଟନାୟକ , ମାନସ ସିନ୍ନା ,ପ୍ୟାରେଲାଲ ଶ୍ରୀବାସ୍ତବ, ଦିବ୍ୟ କୁଅଁର ,ଜୀବନ ମହାନ୍ତି ,ସନ୍ନାସୀ ପଟ୍ଟନାୟକ, ବିପିନ ମହାନ୍ତି, ବରୁଣ ବହିଦାର, ସଂଜୟ ବକ୍ସି ପଟ୍ଟନାୟକ ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ । ଶେଷରେ ଶ୍ରୀ ପ୍ୟାରିଲାଲ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ ।
