ଶ୍ରୀଅଲାରନାଥ ମନ୍ଦିର ଉନ୍ନତିକରଣ ପାଇଁ ବୈଠକ
ପୁରୀ : ଶ୍ରୀଅଲାରନାଥ ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ଅନୁଦାନ ଭାବେ ୮କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶ୍ରୀଅଲାରନାଥ ମନ୍ଦିରର ଚତୁଃପାଶ୍ୱର୍ ଉନ୍ନତିକରଣ ,ସୁଦୃଢିକରଣ,ଆଲୋକିକରଣ, ପାଦପ୍ରଖାଳନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ଏଥିପାଇଁ ମନ୍ଦିର ସେବାୟତଗତ, ଜନପ୍ରତିନିଧି,ବୁଦ୍ଧିଜୀବୀଙ୍କ ସହ ଜିଲ୍ଲାପରିଷଦ ସଭ୍ୟ କୈଳାସ ଚନ୍ଦ୍ର ପରିଡ଼ାଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ, ପାଣ୍ଡିଆନ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାଧୁବାଦ ଜଣାଇବା ସହ କାର୍ଯ୍ୟ କିପରି ତ୍ୱରାନ୍ନିତ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
