ମହଙ୍ଗା ହେଲା ମେଡିକାଲ ପାଠପଢା ; ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଫି ୪୯ % ବୃଦ୍ଧି
ନୂଆଦିଲ୍ଲୀ : ମହଙ୍ଗା ହେଲା ମେଡିକାଲ ପାଠପଢା । ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଫି ୪୯ % ବୃଦ୍ଧି । ଏଣିକି ଓଡ଼ିଶାରେ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ଛାତ୍ର୍ରଛାତ୍ରୀଙ୍କୁ ଦେବାକୁ ପଡିବ ଅଧିକ ଫି । ଓଡ଼ିଶାରେ ଡାକ୍ତରୀ ପାଠ ପଢା ଫି ଅଧିକ ରହିଥିବାରୁ ଛାତ୍ରଛାତ୍ରୀ ବିଦେଶ ଯାଇ ପାଠ ପଢୁଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଏ ନିଷ୍ପତି ପରିବାର ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।
ସୁପର ସ୍ପେସିଆଲିଟି ପାଠପଢା ପାଇଁ ୪୯ ପ୍ରତିଶତ ଫି ବୃଦ୍ଧି କରାଯାଇଛି । ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ମଧ୍ୟ ୨୯ ଦଶମିକ୍ ୮୦ ପ୍ରତିଶତ ଫି ବଢାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।କରୋନା ମହାମାରୀ ଯୋଗୁ ଲୋକେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ସରକାରଙ୍କ ଏ ନିଷ୍ପତି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଶାକରାଯାଉଛି । ସରକାରୀ କଲେଜର ଫି ବୃଦ୍ଧି ନିଷ୍ପତି ପରେ ଘରୋଇ କଲେଜ ମଧ୍ୟ ଫି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି ହୋଇଛି ।
