ବାନ୍ଧବୀଙ୍କୁ ଭିଡିଓ କଲ୍, ପରେ ଜୀବନ ହାରିଲେ ଏମସିଏ ଛାତ୍ର
କଟକ : ଭିଡିଓ କଲ୍ କରି ଜୀବନ ହାରିଲେ ଏମସିଏ ଛାତ୍ର । ପ୍ରଥମେ ବାନ୍ଧବୀଙ୍କୁ ଭିଡିଓ କଲ୍ କଲେ ଓ ପରେ ଜୀବନ ହାରିଲେ ଜଣେ ଏମସିଏ ଛାତ୍ର । ଏମିତି ଏକ ଚାଞ୍ଚଲ୍ୟକର ଘଟଣା କଟକ ଷଣ୍ଢପୁର ଅଞ୍ଚଳରେ ଘଟିଥିବା ଖବର ମିଳିଛି।
ମୃତକ ଜଣକ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଏମସିଏ ପ୍ରଥମ ବର୍ଷ ଛାତ୍ର ଥିଲେ । ଷଣ୍ଢପୁର ଅଞ୍ଚଳରେ ଭଡାଘରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ମୃତଦେହ। ତାଙ୍କ ଲାପଟପ୍ ଖୋଲାଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗୋଡିସାହି ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
