ମୟୁରଭଞ୍ଜ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଇଂଟର ଫିଟନେସ ଏବଂ ମୁର୍ଗାବାଡ଼ି କ୍ରିକେଟ କ୍ଲବ ବିଜୟୀ
ବାରିପଦା : ସ୍ଥାନୀୟ କଲେଜ ପଡିଆରେ କ୍ଲବ ସିକ୍ରେଟ ଇଲେଭେନ ଆନୁକୂଲ୍ୟରେ ୫ମ ବାର୍ଷିକ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଂଟର ଦଶମ ଦିନର ଖେଳର ପ୍ରଥମ ମ୍ୟାଚରେ ଉଇଂଟର ଫିଟନେସ କଳିଙ୍ଗ କ୍ଲବକୁ ୫ ଉଇକେଟରେ ରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି କଳିଙ୍ଗ କ୍ଲବ ୧୦ ଓଭରରେ ୭ ଉଇକେଟ ହରାଇ ୬୬ ରନ କରିଥିଲେ ଓ ଦଳ ପକ୍ଷରୁ କିଶୋର ପଲେଇ ସର୍ବାଧିକ ୨୬ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ରାଜେଶ ବେହେରା ୩ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ଉଇଂଟର ଫିଟନେସ ୬.୨ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଦଳ ପକ୍ଷରୁ ସୌମ୍ୟ ରଂଜନ କର ୩୬ରନ କରିଥିବା ବେଳେ ବିପକ୍ଷ ଦଳର ସାଇବା ସିଂହ ଓ କିଶୋର ପଲେଇ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ସୌମ୍ୟ ରଂଜନ କର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଦ୍ୱିତୀୟ ମ୍ୟାଚରେ ମୁର୍ଗାବାଡ଼ି କ୍ରିକେଟ କ୍ଲବ ଏଟାକ ଇଲେଭେନକୁ ୬ ଉଇକେଟରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି ଏଟାକ ଇଲେଭେନ ୧୦ ଓଭରରେ ୭ ଉଇକେଟ ହରାଇ ୭୫ ରନ କରି କରିଥିଲେ ଓ ଦଳ ପକ୍ଷରୁ ବାଣିଦତ ପରିଡା ୨୭ ଓ ଶିବ ଶଙ୍କର ଟୁଡୁ ୨୦ ରନ କରିଥିବା ବିପକ୍ଷ ଦଳର ହିତାଂଶୁ ଦାସ ଓ ପାର୍ଥ ଦେ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ମୁର୍ଗାବାଡି ୯.୧ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଦଳ ପକ୍ଷରୁ ହିତାଂଶୁ ଦାସ ୨୯ ଓ ଚନ୍ଦନ ଦାସ ୧୮ ରନ କରିଥିବା ବେଳେ ବିପକ୍ଷ ଦଳର ସଂଜୟ ଦାସ ଓ ବଳରାମ ସିଂହ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ହିତାଂଶୁ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଓ ଅଶୋକ ପାଲ, ଇନ୍ଦ୍ରଜିତ ପ୍ରସାଦ ଓ ଅରୁଣ କୁମାର ଭଣ୍ଡାରୀ ଖେଳ ପରିଚାଳନା କରିଥିବା ବେଳେ ଦୀପକ ଦାସ ଧାରାବିବରଣୀ ଏବଂ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I
