ମୟୁରଭଞ୍ଜ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିଆରକେ ଟିମ ଫାଇନାଲରେ ପ୍ରବେଶ
ବାରିପଦା : ସ୍ଥାନୀୟ କଲେଜ ପଡିଆରେ କ୍ଲବ ସିକ୍ରେଟ ଇଲେଭେନ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ବାର୍ଷିକ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଡିଆରକେ ସିକ୍ରେଟ ଇଲେଭେନକୁ ୧୦ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଓ ପ୍ରଥମେ ବ୍ୟାଟିଂ କରି ସିକ୍ରେଟ ଇଲେଭେନ ୧୦ ଓଭରରେ ୬ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଲୋହିତ ଦାସ ୩୩ ଓ ଦେବ ରଞ୍ଜନ ସିଂହ ୨୦ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ରୁପମ ମହାନ୍ତି ଓ ଲକ୍ଷ୍ମୀଧର ସିଂହ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ଡିଆରକେ କୌଣସି ଉଇକେଟ ନହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ମାନସ ଧଳ ୫୮ ଓ ରୁପମ ମହାନ୍ତି ୧୮ ରନ ସଂଗ୍ରହ କରିଥିଲେ ଓ ମାନସ ଧଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଶେଖ ଲାଇକୁଦ୍ଦିନ ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ଦୀପକ ଦାସ ଧାରାବିବରଣୀ ଏବଂ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ ଓ ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଏଟାକ ଇଲେଭେନ ଓ ରାଇରଙ୍ଗପୁର କ୍ରିକେଟ କ୍ଲବ ମଧ୍ୟରେ ଖେଳା ଯିବା ସହ ଶେଷରେ ଫାଇନାଲ ଖେଳ ମଧ୍ୟ ହେବ ବୋଲି ମୁଖ୍ୟ ଆୟୋଜକ ସନ୍ତୋଷ କୁମାର ଓତା ଜଣାଇଛନ୍ତି I
