ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟ ବିଜେଏମସିସି ଟିମ ଫାଇନାଲକୁ ଉତୀର୍ଣ୍ଣ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଂଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବିଜେଏମସିସି ଦଳ ସିକ୍ରେଟ ଇଲେଭେନକୁ ୫୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଓ ପ୍ରଥମେ ବ୍ୟାଟିଂ କରି ବିଜେଏମସିସି ୧୫ ଓଭରରେ ୫ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଦୀପକ ମୁଣ୍ଡା ୪୯, ଦିବ୍ୟ ଲୋଚନ ଦାସ ୩୨ ଓ ଲକ୍ଷ୍ମୀଧର ସିଂ ୨୮ ରନ ସଂଗ୍ରହ କରିଥିଲେ ଓ ଉତରରେ ସିକ୍ରେଟ ଇଲେଭେନ ୧୫ ଓଭରରେ ୪ ଉଇକେଟ ହରାଇ ୧୨୧ ରନ କରିପାରିଥିଲେ ଓ ଦଳ ପକ୍ଷରୁ ଦୀନକୃଷ୍ଣ ନାୟକ ସର୍ବାଧିକ ୫୨ ରନ କରିଥିବା ହୋଇଥିବା ବେଳେ ବିପକ୍ଷ ଦଳର ସାମନ୍ତ ଶେଖର ପାଲ ୨ଟି ଉଇକେଟ ଅକ୍ତିଆର କରିଥିଲେ ଓ ଦୀପକ ମୁଣ୍ଡା ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ମନମୋହନ ମୁର୍ମୁ ଓ ଉତମ ମହାକୁଡ଼ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I
