କାଶୀରେ ପିତାଙ୍କ ଅସ୍ଥି ବିସର୍ଜନ କଲେ ମରିସସ୍ ପ୍ରଧାନମନ୍ତ୍ରୀ ଅନିରୁଦ ଜଗନ୍ନାଥ
ନୂଆଦିଲ୍ଲୀ: ୭ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ୍। ବୁଧବାର ଗୁଜୁରାଟର ଜାମନଗରରେ ଆୟୋଜିତ ‘ହୁ ଗ୍ଲୋବାଲ୍ ସେଣ୍ଟର୍ ଫର୍ ଟ୍ରାଡିସନାଲ୍ ମେଡିସିନ୍’ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପରେ ପରିବାର ସହ ସେ କାଶୀ ଯାତ୍ରା କରିଛନ୍ତି। ଗୁରୁବାର ସକାଳ ୮ଟା ୩୦ରେ ଦଶାଶ୍ବମେଧ ଘାଟରେ ନିଜ ପିତା ତଥା ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ ଜଗନ୍ନାଥଙ୍କ ଅସ୍ଥି ବିସର୍ଜନ କରିଛନ୍ତି।
ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଆସି ବାରାଣାସୀରେ ଯାତ୍ରା କରିଛନ୍ତି। ବୁଧବାର ସନ୍ଧ୍ୟାରେ ବାରାଣାସୀରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଭ୍ରମଣର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଦଶାଶ୍ୱମେଧ ଘାଟରେ ନିଜ ପରିବାର ସହ ପହଞ୍ଚି ସେଠାରେ ସନାତନ ଧର୍ମର ପରମ୍ପରା ଅନୁଯାୟୀ ନିଜ ପିତା ତଥା ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ ଜଗନ୍ନାଥଙ୍କ ଅସ୍ଥି ବିସର୍ଜନ କରିଥିଲେ ।
କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ଗଙ୍ଗା ଆରତୀରେ ଯୋଗଦେବେ। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ବିଳମ୍ବିତ ରାତିରେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିବେ ଏବଂ ପୂଜା-ଦର୍ଶନ କରିବାପରେ କାଶୀ ବିଶ୍ୱନାଥ ଧାମ ପରିଦର୍ଶନ କରିବେ। କାଶୀ ବିଶ୍ୱନାଥ ଧାମରେ ପୂଜା କରିବା ପରେ ଗଙ୍ଗା ଆରତୀରେ ଯୋଗଦେବେ । ଏହା ପରେ ଏପ୍ରିଲ୍ ୨୨ରେ ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ ପୃଥକ ବୈଠକ ହେବ, ଯେଉଁଥିରେ ଉଭୟ ଦେଶର ସାଂସ୍କୃତିକ, ଅର୍ଥନୈତିକ ଏବଂ ସାମାଜିକ ପ୍ରସଙ୍ଗରେ ଆଲୋଚନା ହେବ। ୟୁପି ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଦ୍ୱାରା ମରିସସ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ଭୋଜି ଆୟୋଜନ କରାଯାଇଛି। ଏପ୍ରିଲ୍ ୨୨ ରେ ମରିସସ୍ ପ୍ରଧାନମନ୍ତ୍ରୀ ତାଙ୍କର ତିନି ଦିନିଆ ଗସ୍ତ ଶେଷ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ମରିସସ୍ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍ରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି। ଭାରତ ଏବଂ ମରିସସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବାକୁ ଆମେ ଆଲୋଚନା କରିଥିଲୁ ବୋଲି ପିଏମ୍ ମୋଦି କହିଛନ୍ତି ।
