ମାଟ୍ରିକ ପରୀକ୍ଷା ଆରମ୍ଭ, କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ୩ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ହେଉଛି । ରେଗୁଲାର, ଷ୍ଟେଟ ଓପନ୍ ସ୍କୁଲ ଏବଂ ମଧ୍ୟମାରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସୂଚନା ଯେ, ମାର୍ଚ୍ଚ ୨୦ ଯାଏଁ ଜାରି ରହିବ ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା । ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ର ଛାତ୍ରୀ ୩୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି କପି ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି । ଖରା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ସକାଳ ୮ରୁ ୧୦ ଯାଏ ପରୀକ୍ଷା ହେବ । ୫୭ ଟି କେନ୍ଦ୍ରୀୟ ସ୍କ୍ୱାର୍ଡ ଚେକିଂ ପାଇଁ ଗଠନ କରାଯାଇଛି । ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଯେଉଁ ସେଣ୍ଟରରେ ସମ୍ମେଟିଭ ୧ ପରୀକ୍ଷା ହୋଇଥିଲା । ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା ହେଉଛି । ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ଖବର ଆସିଥିଲା, ସେଠାରେ ସେଣ୍ଟର ପରିବର୍ତ୍ତନ କରାଯାଇଛି ।
