ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକରେ ମାତୃ କର୍ମଶାଳା
ଯାଜପୁର : ଯାଜପୁର ବ୍ଲକ ଅଧିନସ୍ଥ କଲେଜଛକ ଠାରେ ଥିବା ସରସ୍ପତୀ ଶିଶୁ ବିଦ୍ୟାମନ୍ଦିରର ମାତୃ କର୍ମଶାଳା ବିଦ୍ୟାଳୟର ସଭାପତି ଗୟାଧର ପୁହାଣଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଶତାଧିକ ମାଆ ମାନେ ଉପସ୍ଥିତ ରହି ବିଭିନ୍ନ କଳାଂଶ ଯଥା ଶାରୀରିକ, ବୈାଧିକ, ମାନସିକ ଓ ଆତ୍ମିକ କଳାଂଶରେ ଭାଗନେଇ କୋମଳମତି ପିଲାମାନଙ୍କ ପାଇଁ ଏହା କେତେ ଅପରିହାର୍ଯ୍ୟ ଉପଲବ୍ଧି କରିଥିଲେ । ଉକ୍ତ କାଳାଂଶ ଗୁଡ଼ିକୁ ବିଦ୍ୟାଳୟର ସବିତା ଗୁରୁମା, ପ୍ରତୀମା ଗୁରୁମା, ଅଶୋକ ଗୁରୁଜୀ ଓ ପରମେଶ୍ୱର ଗୁରୁଜୀ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ରବିନ୍ଦ ନାଥ ସାହୁ, କୋଷାଧ୍ୟକ୍ଷ କୂଳମଣୀ ନାୟକ, ଉପସଭାପତି ଗଣେଶ୍ୱର ସାମନ୍ତ ଓ ସଦସ୍ୟ ଧିରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ରହି ମା’ ମାନଙ୍କୁ ଉତ୍ସାହିତ କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଏହି ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ସଭାପତି ଶ୍ରୀ ପୁହାଣ ତାଙ୍କ ବକ୍ତବ୍ୟରେ ଶିଶୁ ମାନଙ୍କର ଭବିଷ୍ୟତଗଠନରେ ମା’ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ସଂଜିବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
