ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପ୍ରାମାରିକ ତଥ୍ୟାଚିତ୍ର ନିର୍ମାଣ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଏକ ୪ ଦିନିଆ ପ୍ରାମାଣିକ ତଥ୍ୟାଚିତ୍ର ନିର୍ମାଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାମାଣିକ ତଥ୍ୟାଚିତ୍ର ନିର୍ମାତା ଲିପିକା ସିଂ କର୍ମଶାଳାରେ ଭାଗ ନେଉଥିବା ଛାତ୍ରୀଛାତ୍ରଙ୍କୁ ତଥ୍ୟଚିତ୍ର ନିର୍ମାଣ କ୍ଷେତ୍ରରେ ସେମାନଙ୍କର ନୈତିକ ଦାୟିତ୍ୱ ସମ୍ପର୍କରେ ଜଣାଇଥିଲେ ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଛାତ୍ରୀଛାତ୍ରଙ୍କ ପାଇଁ ନିଶ୍ଚିତ ରୂପେ ଲାଭଦାୟକ ହେବ ଏବଂ କର୍ମଶାଳାରୁ ଛାତ୍ରୀଛାତ୍ର ବହୁ କଥା ଶିଖିପାରିବେ । ସାମାଜିକ ସମସ୍ୟା ଉପରେ ନିର୍ମିତ ତଥ୍ୟଚିତ୍ର ସମାଜ ପରିବର୍ତ୍ତନର ଏକ ମାଧ୍ୟମ ହୋଇପାରିବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏକ କର୍ମଶାଳାର ଆୟୋଜନ କରିଥିବା ହେତୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଭାଗୀୟ ମୁଖ୍ୟ ଡ. ଭାରତୀ ବାଲା ପଟ୍ଟନାୟକ ତଥ୍ୟଚିତ୍ର ନିର୍ମାଣର ନୀତିନିୟମ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ଜଣାଶୁଣା ତଥ୍ୟଚିତ୍ର ନିର୍ମାତା ଅର୍ଜୁନ ସାମନ୍ତରାୟ କର୍ମଶାଳାର ରିସୋର୍ସପର୍ଶନ ଭାବେ ଯୋଗଦେଇଛନ୍ତି ।
