ଜଣଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ, ୧୦ଜଣଙ୍କୁ ଗାଁ ଛାଡ଼ି ଚାଲିଯିବାକୁ ଧମକ
ନବରଙ୍ଗପୁର : ନବରଙ୍ଗପୁରରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ଜିଲାର ନାକଟିସେମେଡା ଗାଁରେ ନାରାୟଣ ନାଗେଶ ନାମକ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ।
ପୋଲିସ ଇନଫର୍ମର ସନ୍ଦେହରେ ନୁହେଁ, ବରଂ ଜଙ୍ଗଲ ଜମିରେ ନୂଆ ଗାଁ କରିଥିବାରୁ ନାରାୟଣ ନାଗେଶଙ୍କୁ ହତ୍ୟା କରାଯାଇଛି ବୋଲି ଛାଡ଼ି ଯାଇଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ । ଏଥିସହିତ ଅନ୍ୟ ୧୦ଜଣଙ୍କୁ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦେଇଛନ୍ତି। ପୋଷ୍ଟରରେ ସିପିଆଇ ( ମାଓବାଦୀ) ସଂଗଠନର ମୈନପୁର-ଡିଭିଜନାଲ କମିଟିର ନାଁ ଉଲ୍ଲେଖ ରହିଛି।
