ବିଭିନ୍ନ ନିଗମ ଓ ବୋର୍ଡ ସମେତ ପରିଷଦରେ ଅବସ୍ଥାପିତ ହେଲେ ନେତା ବିଭିନ୍ନ ବିଭାଗ ଓ ଯୋଜନା ପାଇଁ ପରାମର୍ଶଦାତା ଭାବେ ଅନେକ ନେତାଙ୍କୁ ନିଯୁକ୍ତି
ଭୁବନେଶ୍ୱର : ବିଭିନ୍ନ ବୋର୍ଡ, ନିଗମର ଅଧ୍ୟକ୍ଷ ପଦବୀ ସହିତ ବିଭିନ୍ନ ଯୋଜନାରେ ବିଜେଡିର ନେତା ମାନଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ସୁଭାଷ ପାତ୍ରଙ୍କୁ ପିସିକଲଚର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ମହେନ୍ଦ୍ର ବଢେଇଙ୍କୁ ଷ୍ଟେଟ ୱାୟର ହାଉସିଂ କର୍ପୋରେସନ ତଥା ଶେଖ ନିଜାମୁଦ୍ଦିନଙ୍କୁ ୱକଫ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଉଠାଜଳ ସେଚନ ନିଗମରେ (ଓଏଲ୍ଆଇସି)ରେ ପ୍ରମୋଦ ପାଢ଼ୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ରାଜଧାନୀ ଚିକିତ୍ସାଳୟରେ ସଂଜୟ ସେଠୀ, ମମତା ଯୋଜନାରେ ସଂଯୁକ୍ତା ମହାନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁଷ୍ପାଞ୍ଜଳି ରଣା, ସଂଖ୍ୟାଲଘୁ ମାମଲାରେ ତହରା ଖାତୁନ୍, ଜାଗା ମିଶନରେ ହରିଶଙ୍କର ରାଉତ ଓ ସାଶ୍ୱତୀ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ନାରାୟଣ ସାହୁ, ମୁକ୍ତା ଯୋଜନାରେ ରାଜଶ୍ରୀ ମହାନ୍ତି, ଇପ୍ସିତା ସାହୁ, ମୀରା ପରିଡ଼ା, ବିଜୁ ସେତୁ ଯୋଜନାରେ ସରତ ଚନ୍ଦ୍ର ପାତ୍ର, ଦିଲୀପ କୁମାର ସାହୁଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନତି । ସେହିପରି ରାଜ୍ୟ ବୃତ୍ତି ଯୋଜନାରେ ସିସିର ପରିଜା, ବୟନଶିଳ୍ପରେ ସେ?ଭାଗ୍ୟ ନାୟକ, ଏମକେସିଜିର କେ ଶାନ୍ତି, କାଳିଆ ଯୋଜନାରେ ସଂଜୟ ବାବୁ, ସାରଦା ଜେନା, କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ସଂଜିତ ମହାନ୍ତି, ପଛୁଆ ବର୍ଗ ଜାତିରେ ପୃଥ୍ୱୀରାଜ ସାହୁ, ଉଚ୍ଚଶିକ୍ଷା ବିଭାଗ ଛାତ୍ରବୃତ୍ତି ପାଇଁ ତନ୍ମୟ ସ୍ୱାଇଁ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବିତା ମହାପାତ୍ର, ମଧୁବାବୁ ପେନ୍ସନ ଯୋଜନାରେ ଅସିତ ପଟ୍ଟନାୟକ, ରଜତ ମହାପାତ୍ର, ନିରାମୟ ଯୋଜନାରେ ରଂଜନ ବିଶ୍ୱାଳ, ଅନ୍ୱେଷା ଓ ଆକାଂକ୍ଷା ଯୋଜନାରେ ଏଲିନା ଦାସ ଓ ବସୁଧା ଯୋଜନାରେ ଅପୂର୍ବା ଅପରୂପାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ।
