ମଙ୍ଗଳପୁର ଉପ-ନିବନ୍ଧକ କାର୍ଯ୍ୟାଳୟ ରାସ୍ତା ମରାମତି ଦାବି
ଯାଜପୁର : ମଙ୍ଗଳପୁରବଜାରସ୍ଥିତ ଉପ-ନିବନ୍ଧକ କାର୍ଯ୍ୟାଳୟକୁ ସଂଯୋ ଗକରୁଥିବା ଏକମାତ୍ର ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ଦୈନିକ ଏହି କାର୍ଯ୍ୟାଳୟକୁ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ଶତାଧିକ ଜନସାଧାରଣ ଏହି ରାସ୍ତାରେ ଯାତାୟତ କରିବାରେ ଅସୁବିଧାର ସମୁଖୀନ ହେଉଥିବାବେଳେ ଦୀର୍ଘଦିନ ହେବ ଉପନିବନ୍ଧକ କାର୍ଯ୍ୟାଳୟ ରାସ୍ତାଟି ମରାମତି ଅଭାବରୁ ଏବେ ଖାଲଖମାର ପରିପୂର୍ଣ୍ଣ ହୋଇଛି । ସାମାନ୍ୟ ବର୍ଷାରେ ଏହି ରାସ୍ତା ଉପରେ ଯାତାୟତ କରିବା କଷ୍ଟକର ହୋଇପଡୁଛି ।ସାଇକେଲ୍ କିମ୍ବା ବାଇକ୍ରେ ଯାତାୟତ କରିବାତ ଦୂରର କଥା ସାମାନ୍ୟ ଅସାବଧାନତାରୁ ପାଦ ଚଲା ବ୍ୟକ୍ତି ମଧ୍ୟ ଆହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ରାସ୍ତା ପାଶ୍ୱର୍ରେ ଥିବା ଏକ ଛୋଟ ପୋଖରୀ ଏହିସମସ୍ୟାକୁ ଦ୍ୱିଗୁଣିତ କରୁଥିବାବେଳେ କାର୍ଯ୍ୟାଳୟକୁ ଯାତାୟତ କରୁଥିବ ଜନସାଧାରଣ ଘୋରସମସ୍ୟାର ସମୁଖିନ ହେଉଛନ୍ତି ।ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିପର୍ଯ୍ୟସ୍ତ ଓ ଶୋଚନୀୟ ରାସ୍ତାର ମରାମତି ତଥା ଉନ୍ନତି କରଣ ସକାଶେ ପଦକ୍ଷେପ ନିଆ ଯାଉଥିବାବେଳେ ଏହି କାର୍ଯ୍ୟାଳୟ ରାସ୍ତା ଉପରେ ନିର୍ଭର କରୁଥିବା ଜନ ସାଧାରଣଙ୍କ ପ୍ରତି କୌଣସି ଗୁରୁତ୍ୱ ଦିଆ ଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ଏଣୁ ବିଭାଗୀୟ କର୍ତ୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବିହୋଇଛି
