ମଣିପୁରରେ କଂଗ୍ରେସକୁ ଝଟକା : ଭାଜପାରେ ସାମିଲ ହେଲେ ଦୁଇଜଣ ବିଧାୟକ
ନୂଆଦିଲ୍ଲୀ : ମଣିପୁରରେ କଂଗ୍ରେସର ଦୁଇଜଣ ବିଧାୟକ ଆରକେ ଇମୋ ସିଂ ଏବଂ ୟାନ୍ଥୋଗ ହୋକିପ ସୋମବାର ଦିନ ଭାରତୀୟ ଜନତା ପାଟି (ଭାଜପା)ରେ ଯୋଗ ଦେଇଛନ୍ତି । ଭାରତୀୟ ଜନତାପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରା ଉଭୟ ସଦସ୍ୟଙ୍କୁ ପ୍ରାଥମିକ ସଦସ୍ୟତା ସ୍ଲିପ୍ ଏବଂ ଅଙ୍ଗବସ୍ତ୍ର ଦେଇ ପାର୍ଟିରେ ବିଧିବଦ୍ଧ ଭାବରେ ସାମିଲ କରିଥିଲେ । ୨୦୧୨ ଏବଂ ୨୦୧୭ରେ ସିଂ ଏବଂ ହୁକିପ କଂଗ୍ରେସ ଟିକେଟରେ ବିଧାୟକ ଭାବରେ ନିର୍ବାଚତ ହୋଇଥିଲେ ।
ଦୁଇ କଂଗ୍ରେସ ବିଧାୟକଙ୍କୁ ସ୍ୱାଗତ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ସେମାନଙ୍କ ଆଗମନ ମଣିପୁର ଏବଂ ଉତର ପୂର୍ବରେ ବିଜେପିକୁ ମଜବୁତ କରିବ । ପାତ୍ରା କହିଛନ୍ତି ଯେ, ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ପ୍ରଥା ଦ୍ୱାରା ପ୍ରଭାବିତ ହେବା ପରେ ଉଭୟ ନେତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।
